ଜୟପୁର: କଂଗ୍ରେସ କକପିଟକୁ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ଗେହଲ ସରକାରଙ୍କ ଉପରୁ ସଙ୍କଟ ଟଳିବା ପରି ନଜର ଆସୁଛି । ତେବେ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ନେଇ ଆଉ କିଛି ସମୟ ପରେ ଅର୍ଥାତ ଗୁରୁବାର ସଂଧ୍ୟା 5ଟାରେ ବସିବାକୁ ଯାଉଛି ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଜଣାପଡିଛି ।
ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ପ୍ରଥମେ । ତେବେ ଏହି ବୈଠକୁ ନେଇ ସସପେନ୍ସ ଲାଗି ରହିଛି । କଂଗ୍ରେସର ସଙ୍କଟମୋଚନ କୁହାଯାଉଥିବା କେସି ଭେନୁଗୋପାଳ ମଧ୍ୟ ଜୟପୁର ପହଞ୍ଚିସାରିଛନ୍ତି । ସେ ଉଭୟ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଙ୍କ ସହ ପୃଥକ ପୃଥକ ଆଲୋଚନା କରିବେ । ଏହା ପରେ ପାଇଲଟ ଓ ଗେହଲଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପାଇଲଟ ଓ ବିଦ୍ରୋହୀ ବିଧାୟକ ଜୟପୁର ପହଞ୍ଚିବାର 2 ଦିନ ହୋଇଗଲାଣି । ହେଲେ ଏପର୍ଯ୍ୟନ୍ତ ପାଇଲଟ ଓ ଗେହଲଟଙ୍କ ସାକ୍ଷାତ ହୋଇନାହିଁ ।