ETV Bharat / bharat

‘ବିରୋଧୀଙ୍କ ଫୋନ୍ ଟାପ୍ କରୁଛି କଂଗ୍ରେସ’ - ବିରୋଧୀ ସଦସ୍ୟଙ୍କ ଫୋନ୍ କଲ ଟାପ୍

ବିରୋଧୀ ସଦସ୍ୟଙ୍କ ଫୋନ୍ କଲ ଟାପ୍ କରୁଛି କଂଗ୍ରେସ । ଶାସକ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଉଥିବା ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ଏହି ପଦକ୍ଷେପ ଆପଣାଇଛି । ଅଧିକ ପଢନ୍ତୁ...

ବିରୋଧୀଙ୍କ ଫୋନ୍ ଟାପ୍ କରୁଛି କଂଗ୍ରେସ: ରାଜସ୍ଥାନ ବିଜେପି

author img

By

Published : Jun 13, 2020, 9:49 PM IST

ଜୟପୁର: ବିରୋଧୀ ସଦସ୍ୟଙ୍କ ଫୋନ୍ କଲ ଟାପ୍ କରୁଛି କଂଗ୍ରେସ । ଶାସକ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଉଥିବା ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ଏହି ପଦକ୍ଷେପ ଆପଣାଇଛି । ଶାସକ ଦଳ ନାମରେ ଏପରି ଅଭିଯୋଗ ଆଣିଛି ବିରୋଧୀ ବିଜେପି ।

ରାଜସ୍ଥାନ ବିଧାନସଭାରେ ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଗେହଲଟ୍ ସରକାରଙ୍କ ଏହି ପଦକ୍ଷେପ ଉଚିତ ନୁହେଁ । ଯଦି ବିଜେପି ବିରୋଧରେ ହୋଇଥିବା ଅଭିଯୋଗର କୌଣସି ପ୍ରମାଣ ଅଛି ତେବେ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଦୁର୍ନୀତି ନିରୋଧ ବିଭାଗ ଓ ସ୍ପେଶାଲ ଅପରେସନ ଗ୍ରୁପ ଦ୍ବାରା ଏକ ତଦନ୍ତର ନିର୍ଦ୍ଦେଶ ଦେଇ ବିରୋଧୀଙ୍କ ଫୋନ୍ ଟାପ୍ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ ବୋଲି ବିଧାୟକ ରାଜେନ୍ଦ୍ର କହିଛନ୍ତି ।

ସେ କହିଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳର ସାମନା କରିଛି । ନିଜ ଦଳ ଭିତରେ ଚାଲିଥିବା ଅସନ୍ତୋଷକୁ ମୁଖିଆ ନିୟନ୍ତ୍ରଣ କରିପାରୁନାହାନ୍ତି । ସେଥିପାଇଁ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଚୟନ ଦିନଠାରୁ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଦଳୀୟ ହାଇକମାଣ୍ଡଙ୍କୁ ମଧ୍ୟ ଏହି ଚୟନ ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ସେବେଠାରୁ ଦଳରେ ଅସନ୍ତୋଷ ଜାରି ରହିଛି ବୋଲି ରାଠୋର କହିଛନ୍ତି ।

ପ୍ରକାଶ ଥାଉ କି କଂଗ୍ରେସ ବିରୋଧୀ ବିଜେପି ନାମରେ ନିଜ ବିଧାୟକଙ୍କୁ ଲୋଭ ଦେଖାଉଥିବାର ଅଭିଯୋଗ ଆଣିଛି । କିଛି ସ୍ବାଧୀନ ଓ କଂଗ୍ରେସ ବିଧାୟକଙ୍କୁ ବିଜେପି ଟଙ୍କା ଯାଚିଥିବାର ଏହା ଅଭିଯୋଗ କରିଛି । ସେଥିପାଇଁ ଏକ ତଦନ୍ତର ନିର୍ଦ୍ଦେଶ ଦିଆଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୂଚନା ଦେଇଛନ୍ତି । ଜୁନ୍ 19 ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଏପରି କାର୍ଯ୍ୟ କରିବାକୁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.