ହାଇଦ୍ରାବାଦ: ରାଜସ୍ଥାନ ଏଟିଏସ ଓ ସାଇବରବାଦ ପୋଲିସ ମିଳିତଭାବେ ଏକ ଆନ୍ତଃରାଜ୍ୟ ଅନଲାଇଲ କ୍ରିକେଟ ବେଟିଂ ରାକେଟ ଉପରେ ଚଢାଉ କରି 7ଜଣଙ୍କୁ ଗିରଫ କରିଛି । ସେମାନେ ଆଇପିଏଲକୁ ନେଇ ବେଟିଂ ଚଲାଇଥିଲେ ।
ରିପୋର୍ଟ ଅନୁସାରେ, ରାଜସ୍ଥାନ ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତକୁ ଜୟପୁରରୁ ଗିରଫ କରିଥିଲେ ଏବଂ ଖୋଳତାଡ କରି ଜଣାପଡିଥିଲା ହାଇଦ୍ରାବାଦରେ ମଧ୍ୟ ବୁକିମାନଙ୍କ ସମ୍ବନ୍ଧରେ । ଗଚିବୋଲି ଥାନା ଅଧିନ ମାଧପୁର ଅଞ୍ଚଳରେ ଅନଲାଇନ କ୍ରିକେଟ ବେଟିଂ ସମ୍ବନ୍ଧରେ ଏସଓଟି ଏକ ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିଲା । ଏହାପରେ ସେଠାରେ ଚଢାଉ କରି ସଂପୃକ୍ତ ବୁକିଙ୍କୁ ଗରିଫ କରାଯାଇଛି ।
ପୋଲିସ ସେମାନଙ୍କ ଠାରୁ 65,330 ନଗଦ ଟଙ୍କା, ଗୋଟେ ବେଟିଂ ବୋର୍ଡ, 4ଟି ଲାପଟପ୍, 2ଟି ଟାବଲେଟ୍, 46ଟି ମୋବାଇଲ, 6ଟି ଲ୍ୟାଣ୍ଡଫୋନ ଓ ଗୋଟିଏ ଟିଭି ଜବତ କରିଛି ।
ତେବେ ଗିରଫ ବୁକିମାନଙ୍କ ମଧ୍ୟରୁ 6ଜଣ ରାଜସ୍ଥାନର ବାସିନ୍ଦା ଓ ଜଣେ ବିହାରର ବୋଲି ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ