ETV Bharat / bharat

ରାଜସ୍ଥାନ ବିଧାନସଭା; ଶେଷ ଧାଡିରେ ପାଇଲଟଙ୍କୁ ମିଳିଲା ସିଟ, କହିଲେ ସୀମା ଜଗିଛି

author img

By

Published : Aug 14, 2020, 3:36 PM IST

ରାଜସ୍ଥାନ ରାଜନୀତିରେ ଚର୍ଚ୍ଚାରେ ଥିବା ସଚିନ ପାଇଲଟ ଆଜି ବିଧାନସଭାରେ ପ୍ରବେଶ କରିବା ବେଳକୁ ବଦଳି ଯାଇଥିଲା ତାଙ୍କ ସିଟ । ଶେଷ ଧାଡିରେ ସଚିନଙ୍କ ପାଇଁ ହୋଇଥିଲା ବ୍ୟବସ୍ଥା । ଯାହାକୁ ନେଇ ଏବେ ହୋଇପାରେ ବଡ ବିସ୍ପୋରଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Rajasthan assembly
Rajasthan assembly

ଜୟପୁର: ରାଜସ୍ଥାନ ବିଧାନସଭାରେ ସଚିନ ପାଇଲଟଙ୍କ ସିଟକୁ ନେଇ ବିବାଦ ହୋଇପାରେ । ବର୍ତ୍ତମାନ ଗୃହରେ ପାଇଲଟଙ୍କ ସିଟ ପରିବର୍ତ୍ତନ କରାଯାଇ ସ୍ବାଧୀନ ବିଧାୟକ ବସୁଥିବା ଲାଇନରେ ରଖାଯାଇଛି । ତେବେ ଏହାକୁ ନେଇ ସ୍ପଷ୍ଟ ସୂଚନା ଆସିନଥିଲେ ମଧ୍ୟ ଜାଣିଶୁଣି ପାଇଲଟ ଗୋଷ୍ଠୀଙ୍କୁ ଏଭଳି କରାଯାଇଥିବା କୁହାଯାଉଛି ।

ଏହାକୁ ନେଇ ମୁହଁ ଖୋଲିଛନ୍ତି ପାଇଲଟ । ପାଇଲଟ କହିଛନ୍ତି ବିଧାନସଭା ଆସି ଦେଖିଲି ମୋର ବସିବା ପାଇଁ ଆସନ ପଛରେ ବ୍ୟବସ୍ଥା କରାଯାଇଛି । ଯାହା ଠିକ କୌଣସି ଅସୁବିଧା ନାହିଁ କାରଣ ସୀମାରେ ସବୁବେଳେ ସୁଦୃଢ ସୈନିକ ମୁତୟନ କରାଯାଇଥାଏ । ମୁଁ ରାଜସ୍ଥାନରୁ ପ୍ରତିନିଧତ୍ବ କରୁଛି । ରାଜସ୍ଥାନ ପାକିସ୍ତାନ ସୀମା ସହ ସଂଲଗ୍ନ କରୁଛି । ତେଣୁ ମୁଁ ସୀମାରେ ବସିବା ସ୍ବାଭାବିକ । ଯେ ପର୍ଯ୍ୟନ୍ତ ମୁଁ ସୀମାରେ ଅଛି ସରକାର ପ୍ରତି କୌଣସି ବିପଦ ନାହିଁ ।

ପୂର୍ବରୁ ସଚିନ ଉପ-ମୁଖ୍ୟମନ୍ତ୍ରୀ ଥିବାବେଳେ ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଧାଡିରେ ବସିବାର ବ୍ୟବସ୍ଥା ହୋଇଥିଲା । ବର୍ତ୍ତମାନ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ସ୍ବାଧିନ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ଧାଡିରେ 127 ନମ୍ବର ସିଟ ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ତ୍ରୀପଦରୁ ହଟିଥିବା ତଥା ସଚିନଙ୍କ ଘନିଷ୍ଠ ବିଶ୍ରେନ୍ଦ୍ର ସିଂ ଓ ରମେଶ ମୀନାଙ୍କ ମଧ୍ୟ ସିଟ ପରିବର୍ତ୍ତନ ହୋଇଛି । ବିଶ୍ରେନ୍ଦ୍ର ସିଂଙ୍କୁ ଶେଷ ଧାଡିର 14 ନମ୍ବର ସିଟ ମିଳିଥିବା ବେଳେ ରମେଶ ମୀନାଙ୍କୁ ପଞ୍ଚମ ଧାଡିର 54 ନମ୍ବର ସିଟ ମିଳିଛି । କରୋନା ସ୍ଥିତିକୁ ଦେଖି ଗୃହରେ ମଧ୍ୟ ସାମାଜିକ ଦୂରତାକୁ ପାଳନ କରାଯାଇଛି । ଯେଉଁଥିପାଇଁ ଗୃହରେ କିଛି ଅତିରିକ୍ତ ସିଟ ବ୍ୟବସ୍ଥା କରାଯାଇଛି ।

ତେବେ ସଚିନଙ୍କ ଆଉ ଏକ ବକ୍ତବ୍ୟରୁ ତାଙ୍କର ମନରେ ଥିବା କ୍ଷୋଭ ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ସେ ସାମାନ୍ୟ ଇସାରା ଦେଇଛନ୍ତି । ସଚିନ କହିଛନ୍ତି ରୋଗରୁ ମୁକ୍ତି ପାଇଁ ଆମେ ଯେଉଁ ଡାକ୍ତରଙ୍କ ପରାମର୍ଶ ନେବାକଥା ନେଇଛୁ । ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରୁଛୁ । ତେବେ ରୋଗ କିଭଳି ଠିକ ହେବ ତାହା ଡାକ୍ତର କହିବେ ବୋଲି ସଚିନ କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ଇସାରା କରିଛନ୍ତି । ତେବେ ହାତକୁ ହାତ ମିଶାଇଥିବା ଗେହଲଟ ଓ ପାଇଲଟ କେବେ ମନ ମିଶାଉଛନ୍ତି ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.