ETV Bharat / bharat

ରାଜସ୍ଥାନ ବିଧାନସଭା ଅଧିବେଶନରେ ବହୁମତ ସାବ୍ୟସ୍ତ କରିବେ ଗେହଲଟ

author img

By

Published : Aug 14, 2020, 9:10 AM IST

Updated : Aug 14, 2020, 9:45 AM IST

200 ଆସନ ବିଶିଷ୍ଟ ବିଧାନସଭାରେ ଗେହଲଟଙ୍କ ସମର୍ଥକଙ୍କ ସଂଖ୍ୟା 121 ରେ ପହଞ୍ଚିଛି । ସେପଟେ ଆଜି ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବ ଘୋଷଣା କରିଛି । ଅଧିକ ପଢନ୍ତୁ...

ବହୁମତ ସାବ୍ୟସ୍ତ କରିବେ ଗେହଲଟ
ବହୁମତ ସାବ୍ୟସ୍ତ କରିବେ ଗେହଲଟ

ଜୟପୁର: ଆଜି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ବହୁମତ ସାବ୍ୟସ୍ତ କରିବେ ଗେହଲଟ ସରକାର । ବିଜେପି ରାଜସ୍ଥାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ସେପଟ ସରକାର ମଧ୍ୟ ନିଜ ଆଡୁ ଆସ୍ଥା ପ୍ରସ୍ତାବ ଆଗତ କରିବେ। ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି 09.30 ସମୟରେ ବିଜେପି ପକ୍ଷରୁ ବିଧାୟକ ବୈଠକ ଡକାଯାଇଛି ।

ସକାଳ 11:00 ରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରେ ବିଧାନସଭାର ସଚିବ ବିଧାନସଭାର ଶେଷ ଅଧିବେଶନରେ ପାରିତ ହୋଇଥିବା ବିଲ୍ ଗୁଡିକର ସବିଶେଷ ତଥ୍ୟ ରଖିବେ, ଯେଉଁଥିରେ ରାଜ୍ୟପାଳଙ୍କ ଅନୁମତି ମିଳିଛି। ଏଥିସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲ ମଧ୍ୟ 8ଟି ଆଧ୍ୟାଦେଶ ଗୃହରେ ଉପସ୍ଥାପନା କରିବେ ।

ଯେଉଁଥିରେ ମହାମାରୀ ଅଧିନିୟମ 2020, ରାଜସ୍ଥାନ କୃଷି ଉତ୍ପାଦନ ବଜାର ସଂଶୋଧନ ଅଧିନିୟମ 2020, ରାଜସ୍ଥାନ ସାମଗ୍ରୀ ଏବଂ ସେବା କର ସଂଶୋଧନ ଅଧିନିୟମ 2020, ରାଜସ୍ଥାନ ଷ୍ଟାମ୍ପ ସଂଶୋଧନ ଅଧିନିୟମ 2020, ରାଜସ୍ଥାନ ମହାମାରୀ ସଂଶୋଧନ ଅଧିନିୟମ ସହିତ ଆଠଟି ନିୟମ ରଖିବେ।

ଏହା ପରେ ଗୃହରେ ଶୋକବ୍ୟକ୍ତ ଓ ଶ୍ରଦ୍ଧାଞ୍ଜଳି ଦିଆଯିବ । ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳ ଲାଲାଜୀ ଟଣ୍ଡନ, ମିଜୋରାମ ମଣିପୁର ଓ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ବେଦ ମାରବାହ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଶିବାଜିରାଓ ପାଟିଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏଥିସହ ପୂର୍ବ ବିଧାୟକ ଭାନୱାଲାଲ ଶର୍ମା, ବଜରଙ୍ଗ ଲାଲ ଶର୍ମା ହନୁମାନ ସାହ ଭାୟ ଏବଂ ଲଦାଖର ଗଲୱାନ ଘାଟିରେ ଶହୀଦ ଭାରତୀୟ ସେନାଙ୍କ ପାଇଁ 2 ମିନିଟର ନିରବ ପ୍ରାର୍ଥନା କରାଯିବ ।

ପ୍ରାୟ 1 ମାସ ଧରି ରାଜ୍ୟ ରାଜନୀତିରେ ଚାଲିଥିବା ଛକାପଞ୍ଝାର ଅବସାନ ହୋଇଛି । ଏହି ଅଧିବେଶନରେ ସରକାରଙ୍କ ପାଇଁ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି ହେବ ନାହିଁ । ଗତକାଲି କଂଗ୍ରସ ବିଧାୟକ ଦଳ ବୈଠକରେ ଅସନ୍ତୁଷ୍ଟ ନେତା ସଚିନ ପାଇଲଟଙ୍କ ସମେତ 18 ଜଣ ବିଧାୟକ ସାମିଲ ହୋଇଥିଲେ । ଏହି ବୈଠକରେ ସଚିନ ଓ ଗେହଲଟ ହାତ ମିଳାଇଥିଲେ ଏଥି ସହ ପୂର୍ବ ତିକ୍ତତାକୁ ଭୁଲି ପୁଣି ସ୍ବାଭାବିକ ଭାବେ ଚଳାଇବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2020, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.