ETV Bharat / bharat

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧି ସଙ୍କଳ୍ପ ପାରିତ - ନାଗରିକତା ସଂଶୋଧନ ଆଇନ୍‌

ପଞ୍ଜାବ ଏବଂ କେରଳ ପରେ ରାଜସ୍ଥାନ ବିଧାନସଭାରେ ମଧ୍ୟ ସିଏଏ ବିରୋଧରେ ଶନିବାର ଏକ ସଙ୍କଳ୍ପ ପାରିତ ହୋଇଛି। ଅଧିକ ପଢନ୍ତୁ...

caa
ନାଗରିକତା ସଂଶୋଧନ ଆଇନ୍‌
author img

By

Published : Jan 25, 2020, 5:04 PM IST

ଜୟପୁର: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ବିଧାନସଭାରେ ସଙ୍କଳ୍ପ ପାରିତ କରିଥିବା ତୃତୀୟ ରାଜ୍ୟ ହୋଇଛି ରାଜସ୍ଥାନ । ପଞ୍ଜାବ ଏବଂ କେରଳ ପରେ ରାଜସ୍ଥାନ ବିଧାନସଭାରେ ମଧ୍ୟ ସିଏଏ ବିରୋଧରେ ଶନିବାର ଏକ ସଙ୍କଳ୍ପ ପାରିତ ହୋଇଛି।

ଗତ ଶୁକ୍ରବାରଠାରୁ ରାଜ୍ୟ ବିଧାନସଭାରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଏହି ସଙ୍କଳ୍ପ ଆଗତ କରାଯାଇଥିଲା । ଯେଉଁଥିଲେ କୁହାଯାଇଥିଲା, ସିଏଏ ସମ୍ବିଧାନିକ ନିୟମର ଉଲଙ୍ଘନ କରୁଛି। ସିଏଏ ପ୍ରତ୍ୟାହାର କରିବାକୁ ସଦନ ଭାରତ ସରକାରଙ୍କୁ ଅଗ୍ରାହ୍ୟ କରୁଛି।

କଂଗ୍ରେସ ଏବଂ ବାମପନ୍ଥୀ ଦଳ ପ୍ରାରମ୍ଭରୁ ହିଁ ସିଏଏକୁ ବିରୋଧ କରି ଆସୁଛନ୍ତି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ଏହି ଆଇନ୍‌ ଲାଗୁ କରିବାକୁ ମନା କରିଦେଇଛି ଦଳ। ଏହି କ୍ରମରେ ସିଏଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କେରଳର ବାମପନ୍ଥୀ ଦଳ ପ୍ରଥମ ରାଜ୍ୟ ଭାବରେ ସିଏଏ ବିରୋଧରେ ବିଧାନସଭାରେ ସଙ୍କଳ୍ପ ପାରିତ କରିଥିଲେ । ଏହାପରେ କଂଗ୍ରେସ ଶାସିତ ପଞ୍ଜାବରେ ମଧ୍ୟ ସିଏଏ ବିରୋଧରେ ସଙ୍କଳ୍ପ ପାରିତ ହୋଇଥିଲା । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ସିଏଏ ବିରୋଧରେ ସଙ୍କଳ୍ପ ପାରିତ କରିବେ ବୋଲି ଘୋଷଣା କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.