ETV Bharat / bharat

ରାଜସ୍ଥାନ ରାଜନୀତି: ଗେହଲଟଙ୍କ ‘ସାଇନ୍ ଅଫ୍ ଭିକ୍ଟ୍ରି’

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଖେଳ ଜାରି ରହିଛି । ବିଧାୟକ ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ 100 ଜଣ ବିଧାୟକଙ୍କୁ ଆଣି ନିଜ ଶକ୍ତି ବିଷୟରେ ପରିଚୟ ଦେଇ ଦେଇଛନ୍ତି ।

author img

By

Published : Jul 13, 2020, 2:23 PM IST

ରାଜସ୍ଥାନ ରାଜନୀତି
ରାଜସ୍ଥାନ ରାଜନୀତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଖେଳ ଜାରି ରହିଛି । ବିଦ୍ରୋହ କରିଥିବା ପାଇଲଟ ଦାବି କରିଛନ୍ତି ଯେ ତାଙ୍କ ସହିତ 25 ଜଣ ବିଧାୟକ ଅଛନ୍ତି। ତେବେ ବିଧାୟକ ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ 100 ଜଣ ବିଧାୟକଙ୍କୁ ଆଣି ନିଜ ପାୱାର ବିଷୟରେ ପରିଚୟ ଦେଇ ଦେଇଛନ୍ତି ।

ତେବେ କେନ୍ଦ୍ର ପକ୍ଷରୁ ନେତୃତ୍ବ ପାଇଁ ଯାଇଥିବା ରଣଦୀପ ସୁରଜେୱାଲା କହିଛନ୍ତି ଯେ ଗତ 48 ଘଣ୍ଟା ମଧ୍ୟରେ କଂଗ୍ରେସ ସଚିନ ପାଇଲଟଙ୍କ ସହ ଅନେକ ଥର କଥା ହୋଇଛନ୍ତି। ସେ କହିଛନ୍ତି ଯେ ବିଚାରଗତ ପାର୍ଥକ୍ୟ ବେଳେବେଳେ ଉପୁଜିଥାଏ କିନ୍ତୁ ଏଥିପାଇଁ ଆମେ ସରକାରକୁ ଦୁର୍ବଳ କରିବା ଠିକ୍ ନୁହେଁ। ଯଦି କୌଣସି ମତଭେଦ ଥାଏ ତେବେ ସଚିନ ପାଇଲଟଙ୍କ ସମେତ ସମସ୍ତଙ୍କ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ବାର ଖୋଲା ରହିଛି।

ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ 25 ଜଣ ବିଧାୟକ ତାଙ୍କ ସହ ଅଛନ୍ତି ବୋଲି ଦାବି କରିଛନ୍ତି। ତେବେ ଗେହଲଟ୍ କିନ୍ତୁ 100 ବିଧାୟକଙ୍କ ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି। ପ୍ରକାଶଥାଉକି, ରାଜସ୍ଥାନ ବିଧାନସଭାରେ ସମୁଦାୟ 200 ସଦସ୍ୟ ଅଛନ୍ତି। ବର୍ତ୍ତମାନ କଂଗ୍ରେସରେ 107 ଜଣ ବିଧାୟକ ଅଛନ୍ତି। ଏହା ବ୍ୟତୀତ, ଅନ୍ୟ କେତେକ ଛୋଟ ଦଳର ସ୍ବାଧୀନ ତଥା ବିଧାୟକଙ୍କ ସହଯୋଗରେ ଏହି ସଂଖ୍ୟା 123 ରେ ପହଞ୍ଚିଛି। ଏଥିସହିତ ବିଜେପିରେ 72 ଜଣ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଅନ୍ୟ 3 ଟି ଛୋଟ ଦଳର ବିଧାୟକଙ୍କ ସମର୍ଥନ ରହିଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କର ମୋଟ 75 ଜଣ ବିଧାୟକ ଅଛନ୍ତି।

ରାଜସ୍ଥାନ ରାଜନୀତି
ରାଜସ୍ଥାନ ରାଜନୀତି

ଯଦି ସଚିନ ପାଇଲଟଙ୍କ ସହ 25 ଜଣ ବିଧାୟକ ତେବେ ଗେହଲଟ ସରକାରଙ୍କ ସହ କେବଳ 98 ଜଣ ବିଧାୟକ ରହିବେ । ରାଜସ୍ଥାନରେ ସଂଖ୍ୟାଗରିଷ୍ଠତା ପାଇଁ 101 ବିଧାୟକଙ୍କ ସମର୍ଥନ ରହିବା ଉଚିତ୍। କଂଗ୍ରେସ ବିଧାୟକ ବୈଠକରେ ଯଦି 100 ବିଧାୟକ ଗେହଲଟ ପାଇବାରେ ସଫଳ ହୋଇଛନ୍ତି, ତେବେ ପାଇଲଟଙ୍କ ଗଣିତକୁ ଖଣ୍ଡନ କରାଯାଇପାରେ।

ଏଭଳି ପରିସ୍ଥିତିରେ ଯଦି ପାଇଲଟ ଆଉ ଏକ ସ୍ବତନ୍ତ୍ର ଦଳ ଗଠନ କରିବେ ତେବେ ତାଙ୍କୁ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ ପଡିବ । ଏହାସହ ଅଲଗା ଦଳ ଗଠନ ପାଇଁ ତାଙ୍କ ପାଖରେ ଏକ ତୃତୀୟାଂଶ ବିଧାୟକ ଥିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.