ETV Bharat / bharat

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ, ସୂଚନା ପାଇନି ସ୍ଥାନୀୟ ପୋଲିସ - ଆୟକର ବିଭାଗର ଚଢାଉ

ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ଉପରେ କଡା ଆଭିମୁଖ୍ୟ ଆରମ୍ଭ କରିଛି। ଆୟକର ବିଭାଗର ଦିଲ୍ଲୀ ଏବଂ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ

author img

By

Published : Jul 13, 2020, 12:26 PM IST

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟବର୍ତ୍ତୀ ସମ୍ପର୍କିୟଙ୍କ ଉପରେ କଡା ଆଭିମୁଖ୍ୟ ଆରମ୍ଭ କରିଛି। ଆୟକର ବିଭାଗର ଦିଲ୍ଲୀ ଏବଂ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି। ଏଥିରେ ଆୟକର ବିଭାଗର 200ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଅଶୋକ ଗେହଲଟ ନିକଟବର୍ତ୍ତୀ ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଆରୋରାଙ୍କ ଘରେ ଚଢାଉ କରାଯାଇଛି।

ଆୟକର ବିଭାଗର ଟିମ୍ ଅଳଙ୍କାର ଫାର୍ମର ମାଲିକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟବର୍ତ୍ତୀ ରାଜୀବ ଅରୋରାଙ୍କ ଘରେ ପହଞ୍ଚିଥିଲେ। ଘର ବ୍ୟତୀତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଚାଲିଛି। ବିଶେଷ କଥା ହେଉଛି ଏହି ଚଢାଉର ସୂଚନା ସ୍ଥାନୀୟ ପୋଲିସକୁ ଦିଆଯାଇ ନାହିଁ। ଆୟକର ବିଭାଗର ଟିମ୍ କେନ୍ଦ୍ରୀୟ ରିଜର୍ଭ ପୋଲିସ ସହିତ ଚଢାଉ କରୁଛି।

ରାଜୀବ ଆରୋରାଙ୍କ ବ୍ୟତୀତ ଆୟକର ବିଭାଗ ଧର୍ମେନ୍ଦ୍ର ରାଠୋରଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢାଉ କରୁଛି। ଧର୍ମେନ୍ଦ୍ର ଆରୋରା ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ବିଦେଶରେ କରାଯାଇଥିବା କାରବାର ସମ୍ପର୍କରେ ରାଜୀବ ଆରୋରା ଓ ଧର୍ମେନ୍ଦ୍ର ରାଠୋରଙ୍କୁ ପଚରାଉଚରା କରାଯାଉଛି। ପ୍ରକାଶଥାଉକି, ରାଜୀବ ଅରୋରା ରାଜସ୍ଥାନ କଂଗ୍ରେସର ଆର୍ଥନୈତିକ ପରିଚାଳନାର ତଦାରଖ କରନ୍ତି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ବ୍ୟବସାୟିକ ଭାଗିଦାରୀ ରବିକାନ୍ତ ଶର୍ମାଙ୍କ ଘରେ ମଧ୍ୟ ଚଢାଉ କରିଛି । ରବିକାନ୍ତ ଶର୍ମାଙ୍କୁ ବିଦେଶରୁ ଆସୁଥିବା କୋଟି କୋଟି ଟଙ୍କା ନେଇ ପଚରାଉଚରା କରାଯାଉଛି। ନିକଟରେ ଇଡି ରବିକାନ୍ତ ଶର୍ମାଙ୍କୁ ଏକ ନୋଟିସ ପଠାଇଥିଲା ।

ପ୍ରାୟ 24ଟି ସ୍ଥାନରେ ଚାଲିଥିବା ଚଢାଉ ଉପରେ କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ଗେହଲଟ୍ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଏହାସହ ସ୍ଥାନୀୟ ପୋଲିସକୁ ନଜଣାଇ ଚଢାଉ କରାଯାଉଥିବାରୁ କଂଗ୍ରେସ ପ୍ରଶ୍ନ କରିଛି । ଅନ୍ୟପକ୍ଷେ ବିଜେପି ଏହି ଅଭିଯୋଗକୁ ଅସ୍ବୀକାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.