ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଶନିବାର 6000 ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବା ପାଇଁ ଘୋଷଣା କରିଛନ୍ତି । 2019-20 ଆର୍ଥିକ ବର୍ଷରେ ଏହି ସ୍କୁଟି ପ୍ରଦାନ କରାଯିବ । ପ୍ରଥମେ ଏହି ସ୍କୁଟି ସଂଖ୍ୟା 4000 ଥିବା ବେଳେ ବର୍ତ୍ତମାନ ଏହାକୁ 6000 କରାଯାଇଛି ।
ଦେବ ନାରାୟଣ ସ୍କୁଲ୍ ସ୍କୁଟି ଯୋଜନା ଅନ୍ତର୍ଗତ ଏହି ମେଧା ବୃତ୍ତି ପ୍ରଦାନ କରାଯିବ । ଛାତ୍ରୀଙ୍କୁ ଶିକ୍ଷାରେ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।