ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ ଜେନେରାଲ ବିପିନ ରାୱତ ଓ ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଥିଲେ । ଲଦାଖରେ ଉପୁଜିଥିବା ଦୁଇ ଦେଶ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷକୁ ନେଇ କରିବେ ଆଲୋଚନା । ତେବେ ପ୍ରତିରକ୍ଷା ମନ୍ତ୍ରୀ ବର୍ତ୍ତମାନ ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୂଚନା ଦେଇଛନ୍ତି ।
ଚୀନ-ଭାରତ ମଧ୍ୟରେ ଦେଖାଦେଇଥିବା ସଂଘର୍ଷରେ ଭାରତୀୟ ସେନାର ଜଣେ ସେନା ଅଧିକାରୀ ସମେତ 2 ଯବାନ ଶହୀଦ ହୋଇଛନ୍ତି । ଚୀନର ମଧ୍ୟ 5ଜଣ ଯବାନଙ୍କ ମୃତ୍ୟୁ ହୋଇଛି । 1975 ପରେ ପ୍ରଥମ ଥର ଭାରତ-ଚୀନ ସୀମାରେ ଏପରି ସଂଘର୍ଷ ଦେଖିବାକୁ ମିଳିଛି ।