ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିଜର ପୁରୁଣା ଅନ୍ଦାଜକୁ ପୁଣି ଫେରିଛନ୍ତି । ଖୋଲାଖୋଲି ଭାବେ ହିନ୍ଦୁତ୍ବର ରାସ୍ତାରେ ଚାଲୁଥିବା ରାଜଙ୍କୁ ଦେଖିବାକୁ ମିଳିଛି । ଗୈରୀକ ନିଜ ଡିଏନଏରେ ରହିଥିବା କହିଛନ୍ତି ରାଜ ଠାକରେ । ଏହାସହ ରାଜ ନାଗରିକତା ସଂଶୋଧନ ଆଇନର ସମର୍ଥନ କରିଥିବା ବେଳେ ପାକିସ୍ତାନ ଓ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ବାହାରକୁ ଫୋପାଡିଦେବା ଦରକାର ବୋଲି କହିଛନ୍ତି ।
ପାକିସ୍ତାନ ଓ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତରୁ ବାହାର କରିବା ପାଇଁ ଆସନ୍ତା ମାସ 9 ତାରିଖ ଏକ ବିଶାଳ ରାଲି କରିବାକୁ ଯାଉଛନ୍ତି ଠାକରେ । ଏହାସହ ସେ କିଛି ସମସ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ।