ETV Bharat / bharat

ଉପ-ଜିଲ୍ଲାପାଳଙ୍କ ବିବାହରେ ବାଧା ସାଜିଲା ଲକଡାଉନ - ହାତଗଣ୍ଠିରେ କଣ୍ଟା ସାଜିଲା କୋରୋନା

ବାହାଘରରେ ବାଧା ସାଜିଲା କୋରୋନା । ଦେଶବ୍ୟାପୀ ଲକଡାଉନ ଯୋଗୁଁ ଛତିଶଗଡର ଜଣେ ଉପଜିଲ୍ଲାପାଳ ନିଜ ବିବାହ ତାରିଖ ଘୁଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

ହାତଗଣ୍ଠିରେ କଣ୍ଟା ସାଜିଲା କୋରୋନା, ଲକଡାଉନ ପାଇଁ ଉପଜିଲ୍ଲାପାଳଙ୍କ ଘୁଞ୍ଚିଲା ବାହାଘର

author img

By

Published : Mar 26, 2020, 11:11 AM IST

ରାୟପୁର: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲକଡାଉନ ଯୋଗୁଁ ଗାଡିମଟର ଠୁ ନେଇ ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ଏପରି ଲାଗୁଛି ଯେମିତି ଦେଶ ଗୋଟିଏ ଜାଗାରେ ହିଁ ଅଟକି ଯାଇଛି । ସମସ୍ତେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି । ଲୋକଙ୍କ ଜୀବନ ଉପରେ ବି ପଡିଛି ଏହି ଲକଡାଉନର ପ୍ରଭାବ । ଛତିଶଗଡର ରାଜଧାନୀ ରାୟପୁରର ଉପ ଜିଲ୍ଲାପାଳ ଶୀତଲ ବଂସଲ କୋରୋନା ମହାମାରୀକୁ ନେଇ ନିଜ ବିବାହ ତାରିଖ ଘୁଞ୍ଚାଇବାର ନିଷ୍ପତ୍ତି ନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ହାତଗଣ୍ଠିରେ କଣ୍ଟା ସାଜିଲା କୋରୋନା, ଲକଡାଉନ ପାଇଁ ଉପଜିଲ୍ଲାପାଳଙ୍କ ଘୁଞ୍ଚିଲା ବାହାଘର
ହାତଗଣ୍ଠିରେ କଣ୍ଟା ସାଜିଲା କୋରୋନା, ଲକଡାଉନ ପାଇଁ ଉପଜିଲ୍ଲାପାଳଙ୍କ ଘୁଞ୍ଚିଲା ବାହାଘର

ଉପ ଜିଲ୍ଲାପାଳ ଶୀତଲ ବଂସଲ ଓ ଭାରତୀୟ ବୈଦେଶୀକ ସେବାଧିକାରୀ ଆୟୁସ ଗୁରୁବାର ତଥା ଆଜି ବିବାହର ବନ୍ଧନରେ ବାନ୍ଧିହେବାକୁ ଯାଉଥିଲେ । ବିବାହ ପାଇଁ ସବୁକିଛି ପ୍ରସ୍ତୁତି ସରିସାରିଥିଲା । କାର୍ଡ ବି ଛପା ସରିଥିଲା । ହେଲେ ଏବେ ଏହି ବାହାଘର ଘୁଞ୍ଚିଯାଇଛି । ଆଉ ଏହାର କାରଣ ହେଉଛି କୋରୋନା । ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ଫଳରେ ଏହି ବିବାହକୁ ଘୁଞ୍ଚାଇବାକୁ ପଡିଛି ।

କୋରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଉଛି । ଏହାସହ ଘରୁ ନବାହାରିବାକୁ ମଧ୍ୟ ବାରଣ ରହିଛି । କାରଣ ପରସ୍ପର ସଂସ୍ପର୍ଷରେ ଆସିଲେ କୋରୋନା ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଉପଜିଲ୍ଲାପାଳ ଶୀତଲଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ସମାଜପାଇଁ ଉଦାହରଣ କୁହାଯାଇପାରେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.