ETV Bharat / bharat

ଲକଡାଉନ ବେଳେ ଗରିବଙ୍କ ଚିନ୍ତା ବଢାଇଛି ଅଦିନିଆ ବର୍ଷା - ବୌଦ୍ଧ ନ୍ୟୁଜ

ଗୁରୁବାର ସନ୍ଧ୍ୟାରେ ଅଦିନିଆ ବର୍ଷା ଯୋଗୁଁ କିଛି ଗରିବ ଲୋକଙ୍କ ଘର ଛାତ ଉଡିଯିବା ସହ ବଡବଡ ଗଛ ଉପୁଡି ପଡିଥିବା ସୂଚନା ମିଳିଛି ।

_rain tension
ଗରିବ ଲୋକଙ୍କ ଚିନ୍ତା ବଢାଇଛି ଅଦିନିଆ ବର୍ଷା
author img

By

Published : Apr 24, 2020, 3:02 PM IST

ବୌଦ୍ଧ: ଗୋଟିଏ ପଟରେ ଲକଡାଉନ ସମସ୍ୟା ଓ ଅନ୍ୟ ପଟରେ ଅଦିନିଆ ଝଡ ବର୍ଷା ଗରିବଙ୍କ ଦୁଃଖ ଆହୁରି ବଢାଇ ଦେଇଛି । ଗୁରୁବାର ସନ୍ଧ୍ୟାରେ ଅଦିନିଆ ବର୍ଷା ଯୋଗୁଁ କିଛି ଗରିବଙ୍କ ଘର ଛାତ ଉଡିଯିବା ସହ ବଡବଡ ଗଛ ଉପୁଡି ପଡିଥିବା ସୂଚନା ମିଳିଛି ।

ଗରିବ ଲୋକଙ୍କ ଚିନ୍ତା ବଢାଇଛି ଅଦିନିଆ ବର୍ଷା

ଲକଡାଉନ ସମୟରେ ଅଦିନିଆ ଝଡ ବର୍ଷା ଗରିବଙ୍କ ଦୁଃଖ ଆହୁରି ବଢାଇ ଦେଇଛି । ଗୁରୁବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘୂର୍ଣ୍ଣିଝଡ ସାଙ୍ଗକୁ ବର୍ଷା ହୋଇଥିଲା । ଫଳରେ କେତେକ ସ୍ଥାନରେ ବଡବଡ ଗଛ ଭାଙ୍ଗି ଯିବା ସହ ଉପୁଡି ପଡିଥିଲା ।

ସେହିପରି କିଛି ଗରିବଙ୍କ ଘର ଛାଉଣୀ ଉଡିଯାଇଥିଲା । ଗରିବ ତଥା ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ରନ୍ଧା ଖାଦ୍ୟ ମଧ୍ୟ ଝଡତୋଫାନ ଯୋଗୁଁ କେତେକ ସ୍ଥାନରେ ପହଞ୍ଚି ପାରି ନଥିଲା । ଫଳରେ ଅନେକ ଅସହାୟ ଲୋକ ଭୋକରେ ରାତି କଟାଇବାକୁ ବାଧ୍ୟ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.