ETV Bharat / bharat

କୋହଲା ପାଗ, ଦିଲ୍ଲୀରେ ପ୍ରବଳ ବର୍ଷୁଛି

author img

By

Published : May 3, 2020, 2:34 PM IST

ଆଇଏମଡି ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ବର୍ଷା ଏବଂ ବଜ୍ରପାତର ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

In Delhi and NCR
ବୁଧବାର ଯାଏଁ ଉତ୍ତର ଭାରତରେ ବର୍ଷି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏନସିଆରର କେତେକ ଅଞ୍ଚଳରେ ରବିବାର ସକାଳୁ ବର୍ଷା ହୋଇଛି । ପାଗ କୋହଲା ରହିବା ସହ ଆକାଶରେ କଳା ବାଦଲ ଢାଙ୍କି ରହିଛି । ଦିଲ୍ଲୀର ଦକ୍ଷିଣ ଓ ପୂର୍ବ ଅଞ୍ଚଳରେ ପ୍ରବଳ ଜୋରରେ ବର୍ଷା ହୋଇଛି । ଏହାସହ ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବନୁମାନ କରିଛି କେନ୍ଦ୍ର ପାଣିପାଗ ବିଭାଗ ।

In Delhi and NCR
ବୁଧବାର ଯାଏଁ ଉତ୍ତର ଭାରତରେ ବର୍ଷି

ଏହାପୂର୍ବରୁ, ଆଇଏମଡି ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ବର୍ଷା ଏବଂ ବଜ୍ରପାତର ପୂର୍ବାନୁମାନ କରିଛି । ଉଲ୍ଲେଖଯୋଗ୍ୟ ଯେ, ସ୍କାଏମେଟ ପାଣିପାଗ ରବିବାର ପର୍ଯ୍ୟନ୍ତ ଏକ ସ୍ୱଚ୍ଛ ପାଗର ପୂର୍ବାନୁମାନ କରିଛି । ସ୍କାଏମେଟ୍ ପାଣିପାଗ ଅନୁଯାୟୀ ପଶ୍ଚିମ ବିଶୃଙ୍ଖଳାର ପ୍ରଭାବ ଯୋଗୁଁ ସୋମବାର ଠାରୁ ପାଗ ବଦଳିପାରେ। ଏହି ଅବଧି ମଧ୍ୟରେ, ଏହା ଆଗାମୀ ତିନି ଦିନ ପାଇଁ ମେଘୁଆ ରହିପାରେ ଏବଂ ବର୍ଷା ହେବାର ସମ୍ଭାବନା ଅଛି ।

ପାଣିପାଗ ଅନୁଯାୟୀ, ଜମ୍ମୁକାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ସିକ୍କିମ୍ ଉପରେ ପ୍ରବଳ ବର୍ଷା, ତୁଷାରପାତ ହେବାର ସମ୍ଭାବନା ରହିଛି । ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥି ସହିତ ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ହାଲୁକା ବର୍ଷା, ତୁଷାର ଏବଂ ବଜ୍ରପାତ ହୋଇପାରେ । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉପକୂଳ କର୍ଣ୍ଣାଟକ ଏବଂ କେରଳ ଉପରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.