ETV Bharat / bharat

ହାଇଦ୍ରାବାଦରେ ପୁଣି ଲଗାଣ ବର୍ଷା: 3 ମୃତ - ହାଇଦ୍ରାବାଦ ବର୍ଷାରେ 3 ମୃତ

ଶନିବାର ଲଗାଣ ବର୍ଷା କାରଣରୁ ହାଇଦ୍ରାବାଦର 3 ଜଣଙ୍କ ପ୍ରାଣହାନୀ ଘଟିଛି । ବିଦ୍ୟୁତ ଆଘାତରେ ମଲକପୀତ ଯଶୋଦା ଡାକ୍ତରଖାନା, ଅରୁନ୍ଧତୀ ନଗର ଏବଂ ଉପ୍ପଲ ଚିଲୁକାନାଗରରେ 3 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ପୁଣି ଲଗାଣ ବର୍ଷା
ହାଇଦ୍ରାବାଦରେ ପୁଣି ଲଗାଣ ବର୍ଷା
author img

By

Published : Oct 18, 2020, 12:22 PM IST

ହାଇଦ୍ରାବାଦ: ପୁଣି ହାଇଦ୍ରାବାଦକୁ ବର୍ଷାର ପ୍ରକୋପ ଫେରିଛି । ଗତ ବର୍ଷାର ମାତ୍ର ଦୁଇଦିନ ପରେ ଅଞ୍ଚଳବାସୀଙ୍କୁ ସାମ୍ନା କରିବାକୁ ପଡିଛି ସେହି ପୁରୁଣା ସମସ୍ୟା । ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଏହିସମୟରେ ହାଇଦ୍ରାବାଦର 3 ଜଣଙ୍କ ପ୍ରାଣହାନୀ ଘଟିଛି । ବିଦ୍ୟୁତ ଆଘାତରେ ମଲକପୀତ ଯଶୋଦା ଡାକ୍ତରଖାନା, ଅରୁନ୍ଧତୀ ନଗର ଏବଂ ଉପ୍ପଲ ଚିଲୁକାନାଗରରେ 3 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଫଲକନାମା ମୁଖ୍ୟ ରାସ୍ତା ପାଣିରେ ବୁଡ଼ି ରହିଥିବାବେଳେ ଗୋଲକୋଣ୍ଡା, ଲଙ୍ଗରହାଉସ୍, ମେହାଦିପାଟନମ୍, ଚାଦରଘାଟ, ମୁସାରାମବାଗ ମୋସିକୁ ଘେରି ରହିଥିବା ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା। ଟ୍ରାଫିକ ପୋଲିସ ବ୍ରିଜ ଉପର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରଖିଥିଲେ । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା ।

ବର୍ଷା ଲାଗି ରହିବାରୁ ଅଧିକାଂଶ କଲୋନୀରେ ବିଦ୍ୟୁତ୍ ସେବା ବନ୍ଦ କରାଯାଇଥିଲା | ଶନିବାର ରାତିରେ ଘଟକେସର ସିଙ୍ଗାପୁର ଟାଉନସିପରେ 19 ସେମି ବର୍ଷା ରେକର୍ଡ କରାଯାଇଥିବାବେଳେ ନାଗୋଲରେ 16.9 ସେମି, ପିରଜାଡିଗୁଡା, ସରୋର ନଗରରେ 16.6 ସେମି, ଏଲ.ବି ନଗରରେ 16.4 ସେମି, ହାବିସିଗୁଡାରେ 15.3 ସେମି, ରାମନ୍ତପୁର 14.9 ସେମି , ଉପ୍ପଲରେ 14.7 ସେମି ବର୍ଷା ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.