ETV Bharat / bharat

ମେ ' ମାସରେ 82.27 ଟନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଛି ଭାରତୀୟ ରେଳ

ମେ ମାସରେ, ରେଲୱେ 82.27 ନିୟୁତ ଟନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଛି । ଏହା ପୂର୍ବମାସ ତୁଳନାରେ ଢେର ଅଧିକ ରହିଛି । ଲକଡାଉନ ମାସ ଏପ୍ରିଲରେ 65.14 ନିୟୁତ ଟନ୍ ତୁଳନାରେ ଅତ୍ୟାବଶ୍ୟକ ମେ ମାସରେ 25 ପ୍ରତିଶତ ବୃଦ୍ଧି ପାଇଛି ମାଲ ପରିବହନ ।

author img

By

Published : Jun 10, 2020, 6:57 PM IST

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା କାରଣରୁ ଲକଡାଉନ କାରଣରୁ ଭାରତୀୟ ରେଳ ମାଲ ପରିବହନ ଏବଂ ପାର୍ସଲ ସେବା ମାଧ୍ୟମରେ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ କାର୍ଯ୍ୟ ଜାରି ରଖିଥିଲା । ଏବେ ଲକଡାଉନ୍ କୋହଳ ପରେ ଭାରତୀୟ ରେଳ ପୁନର୍ବାର ମାଲ୍ ପରିବହନ ଦିଗରେ ଅଗ୍ରଗତି କରିଛି । ମେ ମାସରେ, ରେଲୱେ 82.27 ନିୟୁତ ଟନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଛି । ଏହା ପୂର୍ବମାସ ତୁଳନାରେ ଢେର ଅଧିକ ରହିଛି । ଲକଡାଉନ ମାସ ଏପ୍ରିଲରେ 65.14 ନିୟୁତ ଟନ୍ ତୁଳନାରେ ଅତ୍ୟାବଶ୍ୟକ ମେ ମାସରେ 25 ପ୍ରତିଶତ ବୃଦ୍ଧି ପାଇଛି ମାଲ ପରିବହନ ।

ମୋଟାମୋଟି ଭାବେ, 1 ଏପ୍ରିଲରୁ 9 ଜୁନ୍ ପର୍ଯ୍ୟନ୍ତ, ଭାରତୀୟ ରେଳ ଏହାର ନିରବଚ୍ଛିନ୍ନ ମାଲବାହୀ ଟ୍ରେନ୍ ଅପରେସନ୍ ମାଧ୍ୟମରେ 175.46 ମିଲିୟନ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଛି ।

24 ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ, 31.90 ଲକ୍ଷରୁ ଅଧିକ ମାଲଗାଡ଼ି ଡବାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଥିଲେ । ଏଥିମଧ୍ୟରୁ 17.81 ଲକ୍ଷରୁ ଅଧିକ ଖାଦ୍ୟ ଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଏବଂ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ଏବଂ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା |

ଏହା ବ୍ୟତୀତ ଭାରତୀୟ ରେଳ 3,861 ପାର୍ସଲ୍ ଟ୍ରେନ୍ ମଧ୍ୟ ଚଳାଚଳ କରିଛି ଯେଉଁଥିରୁ 3,755 ଟାଇମ୍ ଟେବୁଲ ଟ୍ରେନ୍ ରହିଥିଲା । ଏହି ପାର୍ସଲ୍ ଟ୍ରେନ୍ ଗୁଡିକରେ ଏକ ଲକ୍ଷ 37 ହଜାର ଟନ୍ ପରିବହନ ସାମଗ୍ରୀ ଲୋଡ୍ ହୋଇଛି | ଇ-ବାଣିଜ୍ୟ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଗ୍ରାହକମାନଙ୍କୁ ଶ୍ରୀଘ୍ର ସେବା ପ୍ରଦାନ ଓ ପରିବହନ ପାଇଁ ରେଳବାଇ ପାର୍ସଲ ଭ୍ୟାନ ମଧ୍ୟ ଉପଲବ୍ଧ କରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.