ETV Bharat / bharat

ତୀର୍ଥଯାତ୍ରୀଙ୍କ ପାଇଁ ରାମାୟଣ ଟ୍ରେନ

author img

By

Published : Feb 15, 2020, 1:30 PM IST

ରେଳ ବିଭାଗ ଘୋଷଣା କଲା ରାମାୟଣ ଟ୍ରେନ । ତୀର୍ଥଯାତ୍ରୀ ବୁଲିବେ ରମାୟଣ। ଟ୍ରେନରେ ଦେଖିବେ ରାମାୟଣ ଗୀତ ଓ କଥାଚିତ୍ର।

New train  Ramayana
Ramayana theme train

ନୂଆଦିଲ୍ଳୀ: ଏଣିକି ଟ୍ରେନ ଯାତ୍ରୀ ଦେଖିବେ ରାମାୟଣ । ଖୁବ ଶୀଘ୍ର ରାମାୟଣ କଥାଚିତ୍ର ବିଷୟ ଉପରେ ଆଧାରିତ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଯୋଜନା କରିଛି ଭାରତୀୟ ରେଳ । ଆସନ୍ତା ସପ୍ତାହରୁ ଟ୍ରେନ ଗଡିବା ନେଇ ସୂଚନା ଦେଇଛି ବିଭାଗ । ତୀର୍ଥଯାତ୍ରୀଙ୍କୁ ଏହା ଟ୍ରେନ ଯାତ୍ରାରେ ମନ୍ଦିର ଭଳି ଅନୁଭୂତି ଦେବ । ଯାତ୍ରା କାଳରେ ଭଗବାନ ରାମଙ୍କ ଗୀତ ଶୁଣି ଚିତ୍ରପଟ୍ଟକୁ ଦେଖି ପାରିବେ ତୀର୍ଥଯାତ୍ରୀ ।

ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପରୀକ୍ଷାନିରୀକ୍ଷା କରୁଛି ରେଳ ବିଭାଗ । ଏବେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ତୀର୍ଥଯାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ ଗଡିବ । ରାମାୟଣ ଚିତ୍ରପଟ୍ଟ ଟ୍ରେନଟିର ବାହାର ଓ ଭିତରେ ସଜେଇ ହେବ । ରାମାୟଣର ବିଭିନ୍ନ ଭଜନ ଶୁଣିପାରିବେ ଯାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ରେଳ ବୋର୍ଡ ଚେୟାରମ୍ୟାନ ବିକେ ଯାଦବ ।

ପୂର୍ବରୁ ରେଳ ବିଭାଗ ଭଗବାନ ରାମଙ୍କ ନାମରେ ଏକ ରେଳକୁ ରାମାୟଣ ଏକ୍ସପ୍ରେସ ନାମରେ ନାମିତ କରିଥିଲା । ଯାହା ଗତ ନଭେମ୍ବରରୁ ଚାଲୁ ଆସୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.