ETV Bharat / bharat

କୋରୋନା ପ୍ରଭାବ: ଟ୍ରେନ୍ ବାତିଲ ରିଫଣ୍ଡ ସମୟ ସୀମା 3 ଦିନରୁ 3 ମାସକୁ ବୃଦ୍ଧି - କରୋନା ଭାଇରସ୍ ସତର୍କତା

ଭାରତୀୟ ରେଲୱେ ରବିବାର ଟ୍ରେନ୍ ବାତିଲ ପରେ ରିଫଣ୍ଡ ସମୟ ସୀମା ଉପରେ ବଡ ଘୋଷଣା କରିଛି । ଏବେ ଷ୍ଟେସନ କାଉଣ୍ଟରେ ଭିଡ ନିୟନ୍ତ୍ରଣକୁ ଆଖି ଆଗେ ରଖି ରେଲୱେ ସମୟ ସୀମାକୁ ତିନି ଦିନରୁ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 22, 2020, 10:54 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଆତଙ୍କ ମଧ୍ୟରେ ଭାରତୀୟ ରେଲୱେ ରବିବାର ଟ୍ରେନ୍ ବାତିଲ ପରେ ରିଫଣ୍ଡ ସମୟ ସୀମା ଉପରେ ବଡ ଘୋଷଣା କରିଛି । ଏବେ ଷ୍ଟେସନ କାଉଣ୍ଟରେ ଭିଡ ନିୟନ୍ତ୍ରଣକୁ ଆଖି ଆଗେ ରଖି ରେଲୱେ ସମୟ ସୀମାକୁ ତିନି ଦିନରୁ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@RailMinIndia
ଫଟୋ ସୌଜନ୍ୟ: ଟ୍ବିଟର@RailMinIndia

ଟ୍ରେନ୍ ବାତିଲ ହେଲେ କାଉଣ୍ଟରରେ ଫେରସ୍ତର ସମୟ ସୀମା 3 ଦିନରୁ 3 ମାସକୁ ବୃଦ୍ଧି କରାଯାଇଛି | ଏହାକୁ ନେଇ କୌଣସି ପ୍ରକାର ଶୀଘ୍ରତା ଆବଶ୍ୟକତା ନାହିଁ ବୋଲି ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ, ଲୋକମାନେ ରେଳ କାର୍ଯ୍ୟାଳୟକୁ ଦୌଡ଼ିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଯାତ୍ରା ଟିକେଟ୍ ବାତିଲ୍ କରିବା ଅପେକ୍ଷା ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ‘ସାମାଜିକ ଦୂରତା’କୁ ଅତ୍ୟଧିକ ଅବଲମ୍ବନ କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟା 7 କୁ ବୃଦ୍ଧି ପାଇଛି । ମୋଟ ପଜେଟିଭ ରିପୋର୍ଟ 360 ରେ ପହଞ୍ଚିଛି ।

ସେହିପରି ଭାରତର ମୋଟ 23 ଟି ରାଜ୍ୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ ହୋଇଛି । ଏଥିସହ ମାର୍ଚ୍ଚ 31 ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଟ୍ରେନ୍ ଚାଲିବ ନାହିଁ ବୋଲି କହିଛି ଭାରତୀୟ ରେଳ ।

@ANIଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.