ETV Bharat / bharat

ସିଏଏ ବିରୋଧି ହିଂସା: ରେଳବାଇର 88 କୋଟିର କ୍ଷତି

author img

By

Published : Dec 21, 2019, 2:21 PM IST

ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦେଶର ଅନେକ ସ୍ଥାନରେ ଚାଲିଛି ଆନ୍ଦୋଳନ। ଏହାକୁ ନେଇ ଚାଲିଥିବା ହିଂସାକାଣ୍ଡ ଯୋଗୁଁ ସର୍ବସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଯାହା ମଧ୍ୟରେ ରହିଛି ରେଳବାଇର 88 କୋଟି ଟଙ୍କାର ସମ୍ପତ୍ତି। ଅଧିକ ପଢନ୍ତୁ...

protests against citizenship act
ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ଭାଗରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ହୋଇଉଠୁଛି। ଏହା ଯୋଗୁଁ ଅନେକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବାରେ ଲାଗିଛି। ବିକ୍ଷୋଭକାରୀ ଅନେକ ସ୍ଥାନରେ ରେଳଧାରଣାରେ ଆନ୍ଦୋଳନ କରିବା ସହ ଷ୍ଟେସନରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଉଛନ୍ତି। ଯାହାଫଳରେ ଭାରତୀୟ ରେଳବାଇର କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ, ରେଳ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସିଏଏ ବିରୋଧି ହିଂସା କାରଣରୁ ଭାରତୀୟ ରେଳବାଇର 88 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଯାହ ମଧ୍ୟରେ ରହିଛି ପୂର୍ବତଟ ରେଳ ଜୋନର 72 କୋଟି, ଦକ୍ଷିଣ ପୂର୍ବ ରେଳ ଜୋନର 13 କୋଟି ଏବଂ ଉତ୍ତର ପୂର୍ବ ସମାନ୍ତ ରେଳ ଜୋନରେ 3 କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.