ETV Bharat / bharat

ଶ୍ରମିକ ସ୍ବତନ୍ତ୍ର ଟ୍ରେନ ନିର୍ଦ୍ଦେଶାବଳୀରେ ସଂଶୋଧନ, 1200 ନୁହେଁ 1700 ରହିବ କ୍ଷମତା - Railway revises guidelines for shramik trains allows more passengers

ଶ୍ରମିକ ସ୍ବତନ୍ତ୍ର ଟ୍ରେନ ନିର୍ଦ୍ଦେଶାବଳୀରେ ଆଉ କିଛିଟା ସଂଶୋଧନ କରିଛି ରେଳମନ୍ତ୍ରାଳୟ । ଟ୍ରେନର କ୍ଷମତା 1200ରୁ 1700କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରମିକ ସ୍ବତନ୍ତ୍ର ଟ୍ରେନ ନିର୍ଦ୍ଦେଶାବଳୀରେ ସଂଶୋଧନ

author img

By

Published : May 11, 2020, 3:46 PM IST

ନୂଆଦିଲ୍ଲୀ: ଶ୍ରମିକ ସ୍ବତନ୍ତ୍ର ଟ୍ରେନ ନିର୍ଦ୍ଦେଶାବଳୀରେ ଆଉ କିଛିଟା ସଂଶୋଧନ କରିଛି ରେଳମନ୍ତ୍ରାଳୟ । ଟ୍ରେନର କ୍ଷମତା 1200ରୁ 1700କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ ଗାଇଡ ଲାଇନରେ ଦର୍ଶାଯାଇଛି ଯେ ଏହି ଟ୍ରେନର କ୍ଷମତା ସ୍ଲିପର ବର୍ଥ ସଂଖ୍ୟା ସହିତ ସମାନ ହେବା ଉଚିତ।

ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରେଳ ଜୋନ୍ ଗୁଡିକ ଶେଷ ଷ୍ଟପ୍ ବ୍ୟତୀତ ଯିବା ସମୟରେ ଅନ୍ୟ ତିନୋଟି ଷ୍ଟପେଜରେ ରହିବାକୁ କୁହାଯାଇଛି । ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟକୁ ନିବେଦନ କରିଛି ଯେ, ବିଶେଷତଃ ଯାହାର ଖୁବ କମ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ସେମାନେ ସରକାରଙ୍କୁ ସହଯୋଗ କରନ୍ତୁ । ରବିବାର ଏନେଇ ସଚିବଙ୍କ ବୈଠକରେ ଆଲୋଚନା କରାଯାଇଥିବାବେଳେ ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଯାଇଛି ।

ବିଶେଷ କରି ପଶ୍ଚିମବଙ୍ଗକୁ ଗୃହମନ୍ତ୍ରୀ ଅମିତ ଶାହା ଆବେଦନ କରିଛନ୍ତି ଯାହାର ସଂଖ୍ୟା ବହୁତ କମ୍ ରହିଛି । ଗୃହ ମନ୍ତ୍ରଣାଳୟ ଅଜୟ ଭାଲା ତାଙ୍କ ଚିଠିରେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ରେଳବାଇ ସହ ସହଯୋଗ କରିବା ଉଚିତ୍ ।

ଏଥିସହ ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ରାସ୍ତା, ରେଳ ଟ୍ରାକ୍ରେ ଚାଲିବା ଏବଂ ଉପଲବ୍ଧ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବହାର ନକରିବାକୁ ସମସ୍ତଙ୍କୁ ସାବଧାନ କରନ୍ତୁ । ମେ 1 ରୁ 428ଟି ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରିଛି । ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ 5 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଘରକୁ ଫେରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.