କୋଲକତା: ସିଏଏ ନିଆଁରେ ରେଳବାଇ ପାଉଁଶ । ଡିସେମ୍ବର 13ରୁ 15 ଯାଏଁ ପଶ୍ଚିମବଙ୍ଗରେ ହୋଇଥିବା ସିଏଏ ଓ ଏନଆରସି ବିରୋଧ ହିଂସାରେ ଭାରତୀୟ ରେଳବାଇର ପ୍ରାୟ 84 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କୋଲକତା ଉଚ୍ଚନ୍ୟାଳୟରେ ଦାଖଲ ରିପୋର୍ଟରେ ଏନେଇ ଦାବି କରିଛି ରେଳବାଇ।
ଶୁକ୍ରବାର ପୂର୍ବ ରେଲୱେ ପକ୍ଷରୁ ମୁଖ୍ୟ ନ୍ୟାୟଧୀଶ ଟିବିଏନ ରାଧାକୃଷ୍ଣ ଓ ନ୍ୟାୟମୂତ୍ତୀ ଏ ବାନାର୍ଜୀଙ୍କ ଖଣ୍ଡପୀଠରେ ଏକ ସତ୍ୟପାଠରେ ଦର୍ଶାଇଛି ଯେ, ବିକ୍ଷୋଭ ସମୟରେ ହୋଇଥିବା ପୋଡାଜଳା ଯୋଗୁଁ 72.2 କୋଟି କ୍ଷତି ସହ ସର୍ବାଧିକ ସିଆଲଦା ଡିଭିଜନର ସର୍ବାଧିକ 46 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ସେହିଭଳି ପୂର୍ବ ରେଲୱେର ମାଲଦା ଡିଭିଜନ 24.5 କୋଟି ଟଙ୍କା କ୍ଷତି ସହିଛି। ସେପଟେ ହାୱଡା ଡିଭିଜନକୁ 1 କୋଟିରୁ ଉର୍ଦ୍ଧ୍ବ ଘାଟା ହୋଇଛି। ଶୁକ୍ରବାର ଅଦାଲତରେ ଏକ ସତ୍ୟପାଠରେ କୁହାଯାଇଛି ଯେ, ଏହି ସିଏଏ ଓ ଏନଆରସି ବିକ୍ଷୋଭ ଯୋଗୁଁ ଲୋକଙ୍କୁ କ୍ଷତିପୂରଣ ଦେବ ସହ ରେଳବାଇକୁ ବହୁତ କ୍ଷତି ସହିବାକୁ ପଡିଛି। ଏଥିସହ ଯାତାୟତ ମଧ୍ୟ ଭାରୀ ମାତ୍ରାରେ ବାଧପ୍ରାପ୍ତ ହୋଇଛି।
ସେହିଭଳି ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଅନ୍ୟ ଏକ ସତ୍ୟପାଠରେ କୁହାଯାଇଛି ଯେ, ଏହି ହିଂସାକାଣ୍ଡ ଯୋଗୁଁ ଗାଡି, ଷ୍ଟେସନ ଓ ଟ୍ରାକ ସମେତ 12.75 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କେବଳ ସମ୍ପତ୍ତି ନୁହେଁ ଏହି ହିଂସାରେ ବହୁ ରେଳବାଇ କର୍ମଚାରୀ ଆହତ ହୋଇଥିବା ଦର୍ଶାଯାଇଛି।