ETV Bharat / bharat

ପାର୍ସଲ ଟ୍ରେନରୁ 19.77 କୋଟି ଆୟ କରିଛି ରେଲୱେ

ଭାରତୀୟ ରେଳ ପାର୍ସଲ ଟ୍ରେନ ଚଳାଚଳରୁ 19.77 କୋଟି ଟଙ୍କା ଆୟ କରିଛି । ଏହି ଅବଧି ମଧ୍ୟରେ ରେଳୱେ 54,292 ଟନ୍ ସାମଗ୍ରୀ ମଧ୍ୟ ପଠାଇଛି । ଏଥିପାଇଁ 2 ହଜାରରୁ ଅଧିକ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା । ଅଧିକ ପଢନ୍ତୁ...

Railway
Railway
author img

By

Published : May 6, 2020, 11:31 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା କାରଣରୁ ଲକଡାଉନର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏପରିସ୍ଥଳେ ଭାରତୀୟ ରେଳ ପାର୍ସଲ ଟ୍ରେନ ଚଳାଚଳରୁ 19.77 କୋଟି ଟଙ୍କା ଆୟ କରିଛି । ଏହି ଅବଧି ମଧ୍ୟରେ ରେଲୱେ 54,292 ଟନ୍ ସାମଗ୍ରୀ ମଧ୍ୟ ପଠାଇଛି । ଏଥିପାଇଁ 2 ହଜାରରୁ ଅଧିକ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା ।

ରେଳ ବିଭାଗ ଅନୁଯାୟୀ, ମଇ 5 ପର୍ଯ୍ୟନ୍ତ 2,067 ଟ୍ରେନ୍ ଚଳାଚଳ କରିଥିଲା । ସେଥିମଧ୍ୟରୁ 1988 ଟ୍ରେନ୍ ସାମନ ସମୟ ସୀମା ମଧ୍ୟରେ ଚଳାଚଳ କରୁଥିଲା । ଜୋନାଲ ରେଳ ମଧ୍ୟ ଚାହିଦା ଅନୁଯାୟୀ ଦେଶର ପ୍ରତ୍ୟେକ କୋଣରେ ସାମଗ୍ରୀ ଉପଲବ୍ଧ କରାଇବା ଆରମ୍ଭ କରିଥିଲା । ଜୋନାଲ ରେଳ ଦ୍ବାରା ଦେଶର 82 ରୁଟରେ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି |

ରେଲୱେ କହିଛି ଯେ ଏସବୁ ବ୍ୟତୀତ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ନିୟମିତ ସଂଯୋଗ ବଜାୟ ରହିଛି । ରାଜ୍ୟ ରାଜଧାନୀ ଏବଂ ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକ ସହିତ ସଂଯୋଗକୁ ବଜାୟ ରଖିବା ପାଇଁ ଉଦ୍ୟମ କରାଯାଉଛି । ଦୁଗ୍ଧ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟ ଯୋଗାଣ ପାଇଁ ଉତ୍ତର-ପୂର୍ବ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ ରେଳ ଚଳାଚଳ ବଜାୟ ରହିଛି |

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.