ରାଞ୍ଚି: ନିଷିଦ୍ଧ ନକ୍ସଲ ସଂଗଠନ ପିଏଲଏଫଆଇ ସହ ସମ୍ପୃକ୍ତି ନେଇ ଝାଡଖଣ୍ଡ ତୋରପାର 4ଟି ସ୍ଥାନରେ ଚଢାଉ କରିଛି ଏନଆଇଏ । ଆତ୍ମସମର୍ପଣ କରିଥିବା ପିଏଲଏଫଆଇ ନକ୍ସଲ ଜୟ ପ୍ରକାଶ ଭୁୟାନଙ୍କ ସମେତ ଅମିତ ଜୟସୱାଲ, ସୀତାରାମ ଭାଗବତ, ରଣଜିତ ଗୋପ ଏବଂ ଛତ୍ରପାଲ ଗୋପଙ୍କ ବାସଭବନରେ ଏହି ଚଢାଉ ହୋଇଛି । ଏହି ଚଢାଉ ଅଭିଯାନର ନେତୃତ୍ବ ଖୋଦ ଏନ୍ଆଇଏ ଏସପି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଟେରର ଫଣ୍ଡିଂ ମାମଲା ସମ୍ପର୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ଅଭିଯାନ ଅଧୀନରେ ଏନ୍ଆଇଏ ଝାଡଖଣ୍ଡର ଖଣ୍ଟ ଅଞ୍ଚଳରେ ପହଞ୍ଚିଛି । ପ୍ରକାଶ ଭୁୟାନଙ୍କ ବିରୋଧରେ ପୂର୍ବରୁ ଏନଆଇଏ କୋର୍ଟରେ ଏକ ମକଦ୍ଦମା ଚାଲିଛି। ଏନଆଇଏ ପୂର୍ବରୁ ତାଙ୍କ ସମ୍ପତ୍ତି ଜବତ କରିଥିବା ବେଳେ ବର୍ତ୍ତମାନ ପୁଣିଥରେ ସମ୍ପତ୍ତି ଜବତ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ