ETV Bharat / bharat

’ଏ ସପ୍ତାହରେ ଦେଶରେ 10 ଲକ୍ଷ ପାର କରିବ ସଂକ୍ରମଣ ମାମଲା’

author img

By

Published : Jul 14, 2020, 12:32 PM IST

କୋରୋନା ମୁକାବିଲାରେ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ । କୋରୋନା ମୁକାବିଲାରେ କେନ୍ଦ୍ରର ପଦକ୍ଷେପ ଉପରେ ପୁଣି ଥରେ ପ୍ରଶ୍ନ କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଏହି ସପ୍ତାହରେ ଦେଶରେ 10 ଲକ୍ଷ ପାର କରିବ ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କୋରୋନା ଭାଇରସ ଭାରତରେ ଅନିୟନ୍ତ୍ରିତ ଭାବେ ବଢିଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ମାମଲା ରେକର୍ଡ କରାଯାଉଛି । ସମଗ୍ର ବିଶ୍ବରେ ଭାରତର ସ୍ଥାନ ଏବେ ତୃତୀୟରେ ଆସି ପହଞ୍ଚିଛି । କୋରୋନା ମୁକାବିଲାକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଦେଶରେ ଯେଉଁ ଗତିରେ ସଂକ୍ରମଣ ବଢିବାରେ ଲାଗିଛି ତାହା ଏହି ସପ୍ତାହରେ 10 ଲକ୍ଷ ପାର କରିବ ବୋଲି କଂଗ୍ରେସ ନେତା ରାହୁଲ କହିଛନ୍ତି । ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି, ’ଏହି ସପ୍ତାହରେ ଦେଶରେ କୋରୋନା ସଂକ୍ରମଣ ମାମଲା 10 ଲକ୍ଷ ପାର କରିଯିବ’। ଏଥିସହ ସେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ ପୋଷ୍ଟକୁ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛନ୍ତି କୋରୋନା ମୁକାବିଲା ଦିଗରେ ଠୋସ ପଦକ୍ଷେପ ନ ନେଲେ କୋରୋନା ଭାଇରସ ଆହୁରି ଭୟଙ୍କର ହେବ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ବହୁଥର କୋରୋନା ମୁକାବିଲାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଆସିଛନ୍ତି । ଭବିଷ୍ୟତରେ ଯଦି ବିଫଳତା କଣ ବୋଲି ପିଲାଙ୍କୁ ପଢାଯାଏ ତେବେ ମୋଦିଙ୍କ କୋରୋନା ମୁକାବିଲା ବିଷୟରେ ଲେଖାଯିବ । ଗତକାଲି ଟ୍ବିଟ ଭାରତର ଏକ ଗ୍ରାଫ ସେୟାର କରି ଭାରତର ସ୍ଥିତି ଉପରେ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣ ମାମଲା ଗତ 24 ଘଣ୍ଟା ମଧ୍ୟରେ 28 ହଜାର 701 ଚିହ୍ନଟ ହୋଇଛି । ମୋଟ ସଂକ୍ରମିତ ମାମଲା 8 ଲକ୍ଷ 78 ହଜାର 254 ପାର କରିଛି । ସେହିପରି 500 ଜଣଙ୍କ ଜୀବନ ଯିବା ପରେ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 23 ହଜାର 174ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.