ଭୋପାଳ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନର ଉତ୍ତର ରଖିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। । ମୁଁ ମରିଯିବି ପଛେ , ମୋଦିଙ୍କ ପିତା ମାତାଙ୍କୁ କେବେ ହେଲେ ଅପମାନ କରିବି ନାହିଁ । କାରଣ ମୁଁ ଆରଏସଏସ ବା ବିଜେପି ନୁହେଁ । ଘୃଣା ନୁହେଁ ଭଲପାଇବାର ସହ ମୋଦିଙ୍କୁ କଂଗ୍ରେସ ହରାଇବ ବୋଲି କହିଛନ୍ତି ରାହୁଲ ।
ପ୍ରକାଶ ଥାଉକି, ମୋଦି ପୂର୍ବରୁ ରାହୁଲଙ୍କ ପିତା,ଜେଜେମା ଏବଂ ଜେଜେବାପାଙ୍କୁ ଅପମାନ କରିଛନ୍ତି । ସେ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର ଓ୍ଵାନ୍ ବୋଲି କହିଥିଲେ । ଅନ୍ୟପକ୍ଷରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ମୋଦିଙ୍କୁ ପୁରାଣର ଖଳନାୟକ ଦୁର୍ଯ୍ୟୋଧନଙ୍କ ସହ ତୁଳନା କରିଥିଲେ ।
ତେବେ ବାକି ଅଛି ଗୋଟିଏ ମାତ୍ର ପର୍ଯ୍ୟାୟ ନିର୍ବାଚନ। ଏହି ସମୟରେ ପ୍ରତ୍ୟେକ ଦଳର ବରିଷ୍ଠ ନେତାମାନଙ୍କ ଭିତରେ ଚାଲିଛି ତୁ ତୁ ମେ ମେ । ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଥିଲା, କଂଗ୍ରେସ ପୂର୍ବପୁରୁଷଙ୍କ ନାଁ ନେଇ ଏବେ ଭୋଟ ନେଉଛନ୍ତି ।