ନୂଆଦିଲ୍ଲୀ: ଆଉ 3 ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ହେବ ମତଦାନ । ନିର୍ବାଚନ ଜିତିବା ପାଇଁ ନିଜର ପୁରା ଶକ୍ତି ଖଟାଉଛନ୍ତି ସମସ୍ତ ରାଜନୈତିକ ଦଳ । ଦିଲ୍ଲୀରେ ଶାସକ ଦଳ ଆପ, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଏନେଇ ଜୋର୍ସୋରରେ ଚାଲିଛି ପ୍ରଚାର । ଏହି କ୍ରମରେ ଆଜି(ବୁଧବାର) ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗନ୍ଧୀ ଆଜି ଦିଲ୍ଲୀର କୋନ୍ଦଲି ଏବଂ ହାଉଜ ଖାସରେ ଜନସଭାକୁ ସମ୍ବୋଧିତ କରିବେ । ସେପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ବିଜେପି ପାଇଁ ପ୍ରଚାର କରିବେ । ସେ ଦିଲ୍ଲୀର କୋନ୍ଦଲି, ତ୍ରିଲୋକପୁରୀ, କୃଷ୍ଣା ନଗର ଏବଂ ଗାନ୍ଧୀ ନଗରରେ ଆୟୋଜିତ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ।
ସୂଚନାଯୋଗ୍ୟ ଯେ, 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବୃଆରୀ 8 ତାରିଖରେ ଭୋଟ ଗ୍ରହଣ ହେବ । ଏହାପରେ ଫେବୃଆରୀ 11ରେ ଫଳାଫଳ ଘୋଷଣା ହେବ ।