ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବରଖାସ୍ତ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିବେଦନ କରିଛନ୍ତି ରାହୁଲ ଗାନ୍ଧୀ ଓ 5 ବିରୋଧି ଦଳ ନେତା । ନୂତନ କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ ଚାଷୀ ସଂଗଠନ। ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ 5ଟି ବିରୋଧି ଦଳ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିରୋଧି ଦଳ ନେତା । ଏହାକୁ ନେଇ ରାଷ୍ଟ୍ରପତି ଭବନରୁ ଫେରିବା ପରେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ ଓ ଅନ୍ୟ 5 ବିରୋଧି ଦଳ ପ୍ରତିନିଧି।
ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ ଓ ସଂଶୋଧିତ ବିଦ୍ୟୁତ ବିଲ ଗଣତନ୍ତ୍ର ବିରୋଧୀ ବୋଲି ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କିରଛନ୍ତି ବିରୋଧୀ ଦଳ। ଏହାସହ ଏହି ଦୁଇ ବିବାଦୀୟ ନିୟମକୁ ନେଇ ସଂସଦରେ ବିରୋଧିଙ୍କ ସହ ଠିକ ଭାବରେ ଆଲୋଚନା କରାଯାଇନଥିଲା ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ଚାଷୀମାନେ ନଭେମ୍ବର 26 ତାରିଖରୁ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି।
ବିଶେଷ କରି ନୂତନ ଚାଷୀ ବିଲକୁ ନେଇ ବିରୋଧିଙ୍କ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ଏହାସହ ତରବରିଆ ଭାବରେ ଏହି ବିଲକୁ ପାରିତ କରାଯାଇଛି। ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ନ୍ୟାସନାଲ କଂଗ୍ରେସ ଅଧ୍ୟକ୍ଷ ଶରଦ ପାୱାର।
ସରକାରଙ୍କ ଲିଖିତ ପ୍ରସ୍ତାବ ନେଇ ଆଶ୍ବାସନା ସତ୍ତ୍ବେ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଆଉ ଏହି ଆନ୍ଦୋଳନକୁ ଏବେ ଆଳ କରି ରାଜନୀତିର ରୋଟି ଶେକିବାରେ ଲାଗିଛନ୍ତି ବିରୋଧୀ । ଏହି କ୍ରମରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତିଙ୍କ ଦ୍ବାରସ୍ଥ ହୋଇଥିଲେ ବିରୋଧି ନେତା ।
କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧି ଦଳର କିଛି ନେତା । କୃଷି ଆଇନକୁ ନେଇ ଏମାନେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେଇଛନ୍ତି। ଏହି ଆଇନ ଭାରତର ହିତରେ ନୁହେଁ ଏବଂ ଏହା ଖାଦ୍ୟସୁରକ୍ଷା ପ୍ରତି ବିପଦ ବୋଲି କହିଛନ୍ତି ବିରୋଧୀ।
@ani