ETV Bharat / bharat

ରାଜସ୍ଥାନରେ ଚାଷୀ ସମାବେସକୁ ସମ୍ବୋଧିତ କରିବେ ରାହୁଲ - nagaur news

ଆସନ୍ତା 12 ଏବଂ 13 ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ରାଜସ୍ଥାନରେ ଚାଷୀ ସମାବେସକୁ ସମ୍ବୋଧିତ କରିବେ ରାହୁଲ

author img

By

Published : Feb 8, 2021, 7:51 PM IST

ଜୟପୁର: ଆସନ୍ତା 12 ଏବଂ 13 ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କୃଷି ନିୟମ ବିରୁଦ୍ଧରେ ରାଜସ୍ଥାନର କୃଷକସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ମିଳିଛି ।

ରାଜସ୍ଥାନରେ ଚାଷୀ ସମାବେସକୁ ସମ୍ବୋଧିତ କରିବେ ରାହୁଲ

ରାହୁଲଙ୍କ ଗସ୍ତ ପୂର୍ବରୁ ସୋମବାର ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋଦାସରା, ପିସିସି ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନସିମ ​​ଅଖତର, ଡେପୁଟି ଚିଫ୍ ମହେନ୍ଦ୍ର ଚୌଧୁରୀ, ରାଜସ୍ବ ମନ୍ତ୍ରୀ ତଥା ନାଗୋର ଜିଲ୍ଲା ଇନଚାର୍ଜ ହରିଶ ଚୌଧୁରୀ, ଦିଡୱାନା ବିଧାୟକ ଚେତନ ଡୁଡି,ପୂର୍ବତନ ମନ୍ତ୍ରୀ ଆରୋନ ୟୁସୁଫ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସହକାରୀ କେବି ବିଜୁ ମାକ୍ରାନାରେ ପହଞ୍ଚି ସଭାସ୍ଥଳର ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।

କଂଗ୍ରେସ ନେତା ତଥା ପୂର୍ବତନ ମକରାନା ବିଧାୟକ ତଥା ନାଗର ଜିଲ୍ଲା ସଭାପତି ଜାକିର ହୁସେନ୍ ଗାସଓ୍ବାଟଙ୍କ ସହ ମଞ୍ଚ ପ୍ରସ୍ତୁତି, କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ସେ ସହରର ଗଣପତି ବଗିଚା, ରାଜ ବିଦ୍ୟାଳୟ, ପାଲାଡା ରୋଡ ଏବଂ ମଙ୍ଗଲାନା ରୋଡ ପରି ଏକାଧିକ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।

ସେହିପରି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଦୋଦାସରା କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ନୁହଁନ୍ତି ବରଂ ଏହି ସରକାର କେବଳ ପୁଞ୍ଜିପତିଙ୍କ ସରକାର। ସେ ଆହୁରି ମଧ୍ୟ କହିଛନ୍ତି ଚାଷୀମାନଙ୍କୁ ବିରୋଧ କରିବାକୁ ମଧ୍ୟ ଅନୁମତି ଦେଉ ନାହାଁନ୍ତି । ସେମାନଙ୍କ ଅଧିକାର ଦାବିରେ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.