ETV Bharat / bharat

‘ମୋଦିଙ୍କୁ ଛାଡି ସମସ୍ତେ ଦେଶର ସେନା ଉପରେ ବିଶ୍ବାସ ରଖିଛନ୍ତି’

author img

By

Published : Aug 16, 2020, 12:35 PM IST

ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ଉପରେ ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ରେ ଲେଖିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଦେଶର ପ୍ରତ୍ୟେକ ନାଗରିକ ଭାରତୀୟ ସେନାର ଦକ୍ଷତା ଉପରେ ବିଶ୍ବାସ ରଖିଛନ୍ତି।

rahul gandhi tweet on pm modi
ଚୀନ ସହ ତିକ୍ତତା ନେଇ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ଉପରେ ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ରେ ଲେଖିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଦେଶର ପ୍ରତ୍ୟେକ ନାଗରିକ ଭାରତୀୟ ସେନାର ଦକ୍ଷତା ଉପରେ ବିଶ୍ବାସ ରଖିଛନ୍ତି। ମୋଦିଙ୍କ କାୟରତା ପାଇଁ ଚୀନ ଆମ ଜମି ନେବାକୁ ସମର୍ଥ ହୋଇଛି ’।

rahul gandhi tweet on pm modi
ଚୀନ ସହ ତିକ୍ତତା ନେଇ ରାହୁଲଙ୍କ ଟାର୍ଗେଟ

ପ୍ରକାଶଥାଉକି, ଚୀନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚୀନ ସହ ହୋଇଥିବା ବିବାଦକୁ ନେଇ ସରକାରଙ୍କୁ ଘେରି ରହି ରାହୁଲ ଗାନ୍ଧୀ କହିଛନ୍ତି ଯେ ଲଦାଖ ମାମଲାରେ ଚୀନକୁ ସମ୍ମୁଖୀନ ହେବାକୁ ଭାରତ ସରକାର ଭୟ କରୁଛନ୍ତି। ରାହୁଲ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଦେଶର ସୈନ୍ୟ ଉପରେ ବିଶ୍ବାସ ରଖିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ତାହା କରନ୍ତି ନାହିଁ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଟ୍ବିଟରେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଲଦାଖ ମାମଲାରେ ଚୀନର ଉଦ୍ଦେଶ୍ୟ ସାମ୍ନା କରିବାକୁ ଭାରତ ସରକାର ଭୟ କରୁଛନ୍ତି। ଭାରତ ଭୂମିରେ ଚୀନ୍ ନିଜକୁ ପ୍ରସ୍ତୁତ କରୁଛି ଓ ନିଜର ସ୍ଥିତିକୁ ମଜବୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସାହସର ଅଭାବ ଓ ଗଣମାଧ୍ୟମର ନିରବତା ହେତୁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡିବ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କୋରୋନାକୁ ନେଇ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଯଦି ଏହା ସମ୍ଭାଳିବା ସ୍ଥିତି ତେବେ ଅସମ୍ଭାଳ ସ୍ଥିତି କଣ ବୋଲି ସେ ପ୍ରଶ୍ନ କରିଥିଲେ । ଦେଶରେ ଲଗାତାର କୋରୋନା ସଂକ୍ରମଣ ବଢୁଥିବାର ଦେଖି ରାହୁଲ, ମୋଦିଙ୍କୁ ଏହା କହିଥିଲେ । ଏହାପୂର୍ବରୁ ସେ କୋରୋନା ପରୀକ୍ଷଣ ଓ ଲକଡାଉନକୁ ନେଇ ଅନେକ ଥର ଘେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.