ETV Bharat / bharat

ପ୍ରଥମେ ଚୋର କହିଲେ, ଏବେ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ

ଚୌକିଦାର ଚୋର ବୟାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ବିନା ସର୍ତ୍ତରେ ସର୍ବୋଚ୍ଚ ନ୍ୟାୟାଳୟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

author img

By

Published : May 8, 2019, 12:54 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ବୟାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ବିନା ସର୍ତ୍ତରେ ସର୍ବୋଚ୍ଚ ନ୍ୟାୟାଳୟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅବମାନନା ମାମଲାରେ ରାହୁଲ ପୂର୍ବରୁ ଦାଖଲ କରିଥିବା ଦୁଇଟି ଦସ୍ତାବିଜରେ କେବଳ ନିଜ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିଥିବାରୁ ଅଦାଲତ ରାହୁଲଙ୍କୁ ତାଚ୍ଛଲ୍ୟ କରିଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଓକିଲ ଅଭିଶେଖ ମନୁ ଅଦାଲତରେ କ୍ଷମା ମାଗିଥିବା ବେଳେ ନୂଆ ଦସ୍ତାବିଜ ଦାଖଲ ପାଇଁ ସମୟ ମାଗିଥିଲେ ।

ଗତମାସ ସୁପ୍ରିମକୋର୍ଟ ରାଫେଲ ଦସ୍ତାବିଜ ଚୋରି ମାମଲାରେ ଆଉଥରେ ଶୁଣାଣି ପାଇଁ ରାଜି ହୋଇଥିବାରୁ କୋର୍ଟ ମଧ୍ୟ ଚୌକିଦାରକୁ ଚୋର ମାନିଥିବା ରାହୁଲ କହିଥିଲେ । ଏହାକୁ ନେଇ ବିଜେପି ନେତ୍ରି ମୀନାକ୍ଷୀ ଲେଖୀ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅବମାନନା ମାମଲା ଦାଖଲ କରିବା ପରେ କୋର୍ଟ ରାହୁଲଙ୍କୁ ବିନା ନୋଟିସରେ ଜବାବ ମାଗିଥଲେ ।

ରାହୁଲ ଏପ୍ରିଲ 22 ତାରିଖରେ ନିର୍ବାଚନ ମାହୋଲର ଜୋସରେ ଏପରି କହିଥିବା ମାନି ଦୁଃଖ ପ୍ରକାଶ କରିଥିବା ବେଳ ଆଜି ଅଦାଲତରେ ବିନା ସର୍ତ୍ତରେ କ୍ଷମା ପ୍ରର୍ଥନା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.