ETV Bharat / bharat

ଭାରତ ବନ୍ଦକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ

କେନ୍ଦ୍ର ସରକାର ସାଧାରଣଲୋକଙ୍କ ବିରୋଧୀ, ଶ୍ରମିକ ମାରଣ ନୀତି, ବେକାରୀ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

rahul gandhi target modi saha's dictatorship for call of bharat bandh
ଫଟୋ ସୌଜନ୍ୟ: ଫାଇଲ ଫଟୋ
author img

By

Published : Jan 8, 2020, 2:36 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଛନ୍ତି । କେନ୍ଦ୍ର ସରକାର ସାଧାରଣଲୋକଙ୍କ ବିରୋଧୀ , ଶ୍ରମିକ ମାରଣ ନୀତି, ବେକାରୀ ସମସ୍ୟା ସୃଷ୍ଟି କରୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଯୋଗୁଁ ଆପତ୍ତିଜନକ ଭାବରେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି ବୋଲି ରାହୁଲ କହିଛନ୍ତି ।

rahul gandhi target modi saha's dictatorship for call of bharat bandh
ଟ୍ବିଟର ସୌଜନ୍ୟ: @RahulGandhi

ରାହୁଲ ଗାନ୍ଧୀ ଟ୍ବିଟ ମାଧ୍ୟମରେ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । କେନ୍ଦ୍ରର ମୋଦି-ଶାହା ସରକାର ଶ୍ରମିକ ମାରଣ ନୀତି ଅବଲମ୍ବନ ଯୋଗୁଁ ଦେଶରେ ଆପତ୍ତିଜନକ ଭାବରେ ବେକାର ସଂଖ୍ୟା ବୃଦ୍ଧି ପାଉଛି । ସାର୍ବଜନୀନ କ୍ଷେତ୍ରରେ ଥିବା ସରକାରୀ ସଂସ୍ଥାକୁ ପୁଞ୍ଜିବାଦୀଙ୍କୁ ଅହେତୁକ ଅନୁକମ୍ଫା ଦେଖାଇବା ଯୋଗୁଁ ଆଜି ସାରା ଦେଶର 25 କୋଟି ଶ୍ରମିକ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ବୋଲି ଟ୍ବିଟ କରି ପ୍ରକାଶ କରିଛନ୍ତି ।

ଦେଶରେ ଦରଦାମ ବୃଦ୍ଧି, ଶ୍ରମିକ ମାରଣ ନୀତି, ବେକାରୀ ସମସ୍ୟା ବୃଦ୍ଧି ଇତ୍ୟାଦିକୁ ନେଇ ସର୍ବଭାରତୀୟ ବାଣିଜ୍ୟ ସଂଗଠନ, ସର୍ବଭାରତୀୟ ବାଣିଜ୍ୟ କଂଗ୍ରେସ ସଂଗଠନ ସହିତ ଆନ୍ୟାନ୍ୟ ସଂଗଠନ ଗୁଡିକ 12ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି । ଭାରତ ବନ୍ଦ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ବସ, ଟ୍ରେନ, ସାଧାରଣ ସେବା ସଂମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.