ନୂଆଦିଲ୍ଲୀ: କୋରୋନା ସଙ୍କଟରେ ଫ୍ରଣ୍ଟଲାଇନରେ ଲଢୁଥିବା ଡାକ୍ତରଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଆଜି ଡାକ୍ତର ଦିବସ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ସମସ୍ତେ ସ୍ବାସ୍ଥ୍ୟ କର୍ମୀଙ୍କୁ ଅଭିବାଦନ ଜଣାଉଛନ୍ତି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବୁଧବାର ଦେଶ ତଥା ବିଦେଶରେ କାର୍ଯ୍ୟ କରୁଥିବା ଭାରତୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କୋଭିଡ-19 କାଳରେ ତାଙ୍କ ଅଭିଜ୍ଞତା ବିଷୟରେ ଜାଣିଥିଲେ।
ରାହୁଲ ଗାନ୍ଧୀ-
ଆପଣମାନେ ଆମକୁ ଗର୍ବିତ କରିଛନ୍ତି । ଆପଣମାନେ ଦେଶର ପ୍ରତିନିଧୀ । ଏହି ସମୟ ମଧ୍ୟରେ ଆମେ ଆପଣଙ୍କ ଅଭିଜ୍ଞତା ଜାଣିବାକୁ ଚାହୁଁଛୁ । ଏହି ସମୟ ଆପଣ ସମସ୍ତଙ୍କ ପାଇଁ କଷ୍ଟକର ନିଶ୍ଚିତ । ରାହୁଲ କହିଛନ୍ତି ଯେ, ଆପଣମାନେ ଭାରତର ଡାକ୍ତରମାନଙ୍କୁ କ’ଣ ପରାମର୍ଶ ଦେବେ ?
ଶୈଲୀ, ଇଂଲଣ୍ଡ-
ପ୍ରତିଦିନ ରୋଗୀ ଆମ ପାଖକୁ ଆସୁଥିଲେ । ଆରମ୍ଭରେ ବହୁତ ଭୟ ଥିଲା କାରଣ କେହି କିଛି ଜାଣି ନଥିଲେ । ଯେତେବେଳେ ମୁଁ ଜଣେ ରୋଗୀକୁ ଦେଖୁଥିଲି, ତାଙ୍କର କୌଣସି ଲକ୍ଷଣ ନଥିଲା, ସେ କେବଳ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ । ଯାଞ୍ଚ କରାଯିବା ପରେ କୋଭିଡ ତାଙ୍କ ଛାତିରେ ଥିଲା ଓ ସେ ଗୁରୁତର ହୋଇପଡିଥିଲେ।
ମାର୍ଚ୍ଚ ଆରମ୍ଭରେ ଯେତେବେଳେ ବ୍ରିଟେନରେ କୌଣସି ଲକଡାଉନ୍ ନଥିଲା ସେତେବେଳେ ଏହି ଭୟ ବ୍ୟାପିଗଲା । ସେବେଠାରୁ ଆମେ ପିପିଇ କିଟ୍ ପିନ୍ଧିବା ସହ ନିଜର ଓ ରୋଗୀଙ୍କ ଯତ୍ନ ନେଉଛୁ । ମୁଁ କାମ କରୁଛି, ଏହି କାରଣରୁ ମୋ ସ୍ବାମୀ ବର୍ତ୍ତମାନ ଘର ଚଳାଉଛନ୍ତି ।
ବିପିନ, କେରଳ-
ମୁଁ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛି । ବର୍ତ୍ତମାନ ମୁଁ କ୍ବାରେଣ୍ଟାଇନରେ । ଭାରତରେ 1.2 ମିଲିୟନ୍ ଏଲୋପାଥିକ୍ ଡାକ୍ତର ଥିବାବେଳେ 3 ମିଲିୟନରୁ ଅଧିକ ନର୍ସ ଅଛନ୍ତି । କିନ୍ତୁ ଭାରତର ଘରୋଇ ଓ ସରକାରୀ ଡାକ୍ତରଖାନାରେ ବଡ ଭିନ୍ନତା ଦେଖିବାକୁ ମିଳିଛି । ଘରୋଇ ଡାକ୍ତରଖାନା ଗୁଡିକରେ କେବଳ ସମସ୍ୟା ହେଉଛି ସେମାନଙ୍କ ଦରମା କଟାଯାଉଛି, ସରକାର ସାହାଯ୍ୟ କରିବା ଉଚିତ୍। ପୂର୍ବରୁ ଦିଲ୍ଲୀରେ କେବଳ 7 ହଜାର ପରୀକ୍ଷା କରାଯାଇଥିଲା କିନ୍ତୁ ଯେତେବେଳେ ପରୀକ୍ଷା ବଢିଲା, ପଜିଟିଭ୍ ହାର ମଧ୍ୟ ବୃଦ୍ଧି ପାଇଲା। କିନ୍ତୁ ପରେ ଦିଲ୍ଲୀରେ ପରୀକ୍ଷା ହ୍ରାସ କରାଯାଇଥିଲା।
ଦିଲ୍ଲୀରେ 2 ନର୍ସଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ସରକାର ଏକ କୋଟି ଦେବାକୁ କହିଥିବା ବେଳେ ଏଯାଏଁ ପରିବାରକୁ ସାହାଯ୍ୟ ମିଳିନି । ଏହାକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ଚିଠି ଲେଖିବେ ବୋଲି କହିଥିଲେ ।
ନରେନ୍ଦ୍ର ସିଂ, ଅଷ୍ଟ୍ରେଲିଆ-
ଯେତେବେଳେ କୋରୋନା ଆରମ୍ଭ ହେଲା, ଆମେ ଭାବିଲୁ ଏହା ଏକ ସାଧାରଣ ଫ୍ଲୁ କିନ୍ତୁ ଯେତେବେଳେ ଏହା ଲୋକଙ୍କୁ ମାରିବା ଆରମ୍ଭ କଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଆମେ ବିଭିନ୍ନ ଦିଗରେ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କଲୁ । ଯଦି ଘରୋଇ ଡାକ୍ତରଖାନାରେ କୌଣସି ପରୀକ୍ଷା ନହୁଏ, ତେବେ ଆଗକୁ ଯିବା ବହୁତ କଷ୍ଟକର ହେବ । କାରଣ ପରୀକ୍ଷଣ ଆଧାରରେ, ଆପଣ କୋରୋନା ଭାଇରସକୁ ଟ୍ରାକ୍ କରିପାରିବେ ।
ପ୍ରକାଶଥାଉକି, କୋରୋନା ସଙ୍କଟ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି। ତେବେ ସେ ଅର୍ଥନୀତିର ବିଶେଷଜ୍ଞ ହୁଅନ୍ତୁ କିମ୍ବା ବ୍ୟବସାୟୀ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ବିଶ୍ବର ବହୁ ବଡ ବଡ ଡାକ୍ତରୀ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।