ETV Bharat / bharat

କଂଗ୍ରେସର ବଢୁଛି ଅଡୁଆ, ମାନହାନୀ ମାମଲାରେ ରାହୁଲଙ୍କୁ ସମନ୍‌

ମାନହାନୀ  ମାମଲାରେ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମନ୍‌ ଜାରି କରିଛି । ଗୁଜୁରାଟର ଏକ କୋର୍ଟ ତାଙ୍କୁ ସମନ ଜାରି କରି ଜୁଲାଇ 12ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

author img

By

Published : May 29, 2019, 11:35 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର କଠିନତା ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଜିଦ୍‌ ଧରି ବସିଛନ୍ତି ରାହୁଲ ରାନ୍ଧୀ । ଆଉ ସେପଟେ ଏକ ମାନହାନୀ ମାମଲାରେ କୋର୍ଟ ରାହୁଲଙ୍କୁ ସମନ୍‌ ଜାରି କରିଛି । ଗୁଜୁରାଟର ଏକ କୋର୍ଟ ତାଙ୍କୁ ସମନ ଜାରି କରି ଜୁଲାଇ 12ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଅହମଦାବାଦର ଜିଲ୍ଲା କୋ-ଅପରେଟିଭ ବ୍ୟାଙ୍କ ଦୁର୍ନୀତିର ଏକ ଅଂଶ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ । ନୋଟବନ୍ଦୀ ପରେ ଏହି ବ୍ୟାଙ୍କ ବେଆଇନ ଭାବରେ 500 ଏବଂ 1000 ଟଙ୍କିଆ ପୁରୁଣା ନୋଟର ଅଦଳ ବଦଳ କରିଥିଲେ ବୋଲି ସେ କହିଥିଲେ । ତେବେ ରାହୁଲଙ୍କ ଏହି ବୟାନ ପରେ ତାଙ୍କ ବିରୁଦ୍ଧରେ ବ୍ୟାଙ୍କ ଏବଂ ତାର ଚେୟାରମେନ ଅଜୟ ପଟେଲଏହି ମାନହାନୀ ମାମଲା ରୁଜୁ କରିଥିଲେ । ରାହୁଲଙ୍କ ବ୍ୟତିତ ସେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଥିଲେ ।

Intro:Body:

ryu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.