ମୁମ୍ବାଇ: ସାଧାରଣ ନିର୍ବାଚନକୁ ନେଇ ଦେଶର ରାଜନୀତି ହୋଇ ଉଠିଛି ବେଶ ସରଗରମ । ୨୦୧୯ରେ କେନ୍ଦ୍ରରେ ସରକାର ଗଢିବା ପାଇଁ ଜୋରଦାର ପ୍ରଚାର ଲାଗିଛନ୍ତି ରାଜନେତା । ଏହି କ୍ରମରେ ଶନିବାର ମହାରାଷ୍ଟ୍ର ନବନିର୍ମାଣ ସେନା ସେନା(ଏମଏନଏସ) ପ୍ରମୁଖ ରାଜ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ । ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେବା ଉଚିତ ।
ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ବିତୀୟ ହିଟଲର । ମୁଁ 'ଗୁଡି ପଡବା' ଅବସରରେ ମୋଦି ମୁକ୍ତ ଭାରତର କାମନା କରୁଛି । ଯେପରି ଭାବେ ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଇଛି । ସେହିପରି ରାହୁଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଶବାସୀ ଦିଅନ୍ତୁ । ହୁଏତ ସେ ଦେଶ ପାଇଁ ବହୁତ ଭଲ କାମ କରିବେ ବୋଲି ଏମଏନସ ଅଧ୍ୟକ୍ଷ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ଯଦି ବିଜେପି ଟଙ୍କା ଦେବାକୁ ଆସୁଛି, ତେବେ ନେଇ ନିଅ । କାରଣ ସେମାନେ ଆମକୁ ଲୁଟୁଛନ୍ତି କିନ୍ତୁ ସେମାନଙ୍କୁ କଦାପି ଭୋଟ ଦିଅନି । ସେମାନଙ୍କୁ କ୍ଷମତାରୁ ବାହାର କରି ଦିଅ ବୋଲି ରାଜ ଠାକରେ କହିଛନ୍ତି ।