ETV Bharat / bharat

ଭାରତୀୟ ଜାତୀୟତାବାଦ କେବେ ହିଂସା-ଧାର୍ମିକ ସମ୍ପ୍ରଦାୟକୁ ସମର୍ଥନ କରେନି: ରାହୁଲ ଗାନ୍ଧୀ - ଭାରତର ଜାତୀୟତା

ଅର୍ଥନୀତି ହେଉ କି ଜିଏସଟି ପ୍ରସଙ୍ଗ କିମ୍ବା କୋରୋନା ଲକଡାଉନ୍ ସମୟରେ ଶ୍ରମିକଙ୍କ ସମସ୍ୟା ହେଉ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସର୍ବଦା ଭିଡିଓ ସିରିଜ ଜାରି କରି ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
author img

By

Published : Sep 19, 2020, 5:16 PM IST

ନୂଆଦିଲ୍ଲୀ: ଅର୍ଥନୀତି ହେଉ କି ଜିଏସଟି ପ୍ରସଙ୍ଗ କିମ୍ବା କୋରୋନା ଲକଡାଉନ୍ ସମୟରେ ଶ୍ରମିକଙ୍କ ସମସ୍ୟା, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସର୍ବଦା ଭିଡିଓ ସିରିଜ ଜାରି କରି ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି । ଏଥର ସେ ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ଅହିଂସା ମାଧ୍ୟମରେ ସ୍ବାଧୀନତା ହାସଲ କରିବା ଓ କଂଗ୍ରେସର ଉତ୍ତରାଧିକାରୀ ବିଷୟରେ କହିଛନ୍ତି ।

ପ୍ରକାଶଥାଉକି, ରାହୁଲ ଗାନ୍ଧୀ ଟ୍ବିଟର ମାଧ୍ୟମରେ ନିଜ କଥା ରଖିଆସିଛନ୍ତି । ରାହୁଲ ଗାନ୍ଧୀ ଶନିବାର ଏକାଦଶ ସଂସ୍କରଣରେ କଂଗ୍ରେସର ଉତ୍ତରାଧିକାରୀ ବିଷୟରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ରାହୁଲ ଗାନ୍ଧୀ କହିଛନ୍ତି, ‘ସ୍ବରାଜ ଏବଂ ଜାତୀୟତା ସହ ଅହିଂସା ସିଧାସଳଖ ଜଡିତ। ଭାରତୀୟ ଜାତୀୟତାବାଦ କଦାପି ନିଷ୍ଠୁରତା, ହିଂସା ଏବଂ ଧାର୍ମିକ ସମ୍ପ୍ରଦାୟକୁ ସମର୍ଥନ କରିପାରିବ ନାହିଁ ’ ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ଶୁକ୍ରବାର ଟ୍ବିଟ୍ କରି କହିଛନ୍ତି, ‘ଥାଳି ବଜାଇବା, ଦୀପ ଜାଳିବା ଅପେକ୍ଷା ସୁରକ୍ଷା ତଥା ସମ୍ମାନ ଆଗ । ମୋଦି ସରକାର, କୋରୋନା ଯୋଦ୍ଧାଙ୍କୁ ଏତେ ଅପମାନିତ କାହିଁକି ’?ପ୍ରକାଶଥାଉକି, କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ ଦେଶରେ କେତେଜଣ ସ୍ବାସ୍ଥ୍ୟକର୍ମୀ କୋରୋନା ସଂକ୍ରମିତ ହେଉଛନ୍ତି ସେ ନେଇ କୌଣସି ଡାଟା ନାହିଁ । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.