ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ଅତି କମରେ 6 ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି । ସାରା ବିଶ୍ବରେ 3 ଲକ୍ଷ95 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ମହାମାରୀ ବିଶ୍ବ ସାମ୍ନାରେ ଏକ ବଡ ଅର୍ଥନୈତିକ ବ୍ୟାଘାତ ମଧ୍ୟ ସୃଷ୍ଟି କରିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କୋରୋନା ଭାଇରସ ସଙ୍କଟ ସମୟରେ ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଲୋକଙ୍କୁ ତଥା ୟୁନିଟକୁ ନଗଦ ସହାୟତା ନ ଦେଇ ସରକାର ଅର୍ଥନୀତିକୁ ନଷ୍ଟ କରୁଛନ୍ତି ।
ଏଥିସହ ସେ କହିଛନ୍ତି ଯେ ସରକାରଙ୍କ ଏହି ଆଭିମୁଖ୍ୟ ହେଉଛି ‘ବିମୁଦ୍ରୀକରଣ 2.0’। ଏକ ଖବର ସେୟାର କରି ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ଯେ ସରକାର ତଥା ଏମଏସଏମଇ ମାନଙ୍କୁ ନଗଦ ସହାୟତା ପ୍ରଦାନ କରିବାକୁ ମନା କରି ସରକାର ଆମ ଅର୍ଥନୀତିକୁ ନଷ୍ଟ କରୁଛନ୍ତି । ଏହା ହେଉଛି ବିମୁଦ୍ରୀକରଣ 2.0 ।
ପ୍ରକାଶଥାଉକି, ଗତ କିଛି ସପ୍ତାହ ଧରି ରାହୁଲ ଗାନ୍ଧୀ ଓ କଂଗ୍ରେସ ସରକାରଙ୍କ ଠାରୁ ଦାବି କରିଆସୁଛନ୍ତି ଯେ ଗରିବ, ଶ୍ରମିକ ଓ ଏମଏସଏମଇ ମାନଙ୍କୁ ଆର୍ଥିକ ସହାୟତା ଦିଆଯାଉ। ସେମାନେ କହିଛନ୍ତି ଯେ ଆସନ୍ତା 6 ମାସ ପାଇଁ ଲୋକଙ୍କ ଆକାଉଣ୍ଟକୁ ମାସକୁ 7500 ଟଙ୍କା ପଠାଯିବା ଉଚିତ । ତୁରନ୍ତ 10 ହଜାର ଟଙ୍କା ଦିଆଯିବା ଉଚିତ୍।
ମେ 12 ରେ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ମହାମାରୀ ଦ୍ବାରା ପ୍ରଭାବିତ ଅର୍ଥନୀତିକୁ ପୁନର୍ଜୀବିତ କରିବା ତଥା କୃଷକ, ଶ୍ରମିକ, ମଧ୍ୟବିତ୍ତ ଲୋକଙ୍କ ସମେତ ସମାଜର ସମସ୍ତ ପ୍ରଭାବିତ ଲୋକଙ୍କୁ ଆରାମ ପ୍ରଦାନ ପାଇଁ 20 ଲକ୍ଷ କୋଟି ଟଙ୍କାର ଏକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଥିଲେ ।
ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 3 ଲକ୍ଷ କୋଟି ଏମଏସଏମଇ ଅର୍ଥାତ୍ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ 20 ଲକ୍ଷ କୋଟି ପ୍ୟାକେଜରୁ ବଣ୍ଟନ କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ଏମଏସଏମଇ ସହ ଜଡିତ ଲୋକମାନେ ଗ୍ୟାରେଣ୍ଟି ବିନା ଋଣ ପାଇବାକୁ ପ୍ରସ୍ତୁତ ଥିଲେ।