ETV Bharat / bharat

ନେହେରୁ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ - ଜବହାରଲାଲ ନେହେରୁଙ୍କ 131 ତମ ଜନ୍ମବାର୍ଷିକୀ

କଂଗ୍ରେସ ନେତା ରାହୁଲ ଗାନ୍ଧି ଶାନ୍ତିବନରେ ନିଜ ଜେଜେବାପା ଅର୍ଥାତ୍ ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ଜେଜେବାପା ନେହେରୁଙ୍କୁ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Nov 14, 2020, 3:03 PM IST

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ 131 ତମ ଜନ୍ମବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶାନ୍ତିବନରେ ନିଜର ଜେଜେବାପା ଅର୍ଥାତ୍ ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

1889 ମସିହା ନଭେମ୍ବର 14 ତାରିଖ ଦିନ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଜବହାରଲାଲ ନେହେରୁ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନିଭାଇଥିଲେ । 1947 ମସିହା 15 ରେ ନେହେରୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ନେହେରୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ଶିଶୁ ଦିବସ ରୂପେ ପାଳନ କରାଯାଏ । କାରଣ ଜବହାରଲାଲ ନେହେରୁ ପିଲାମାନଙ୍କୁ ଖୁବ ଭଲ ପାଉଥିଲେ । ଏଣୁ ନେହେରୁଙ୍କୁ ସ୍ନେହରେ ଚାଚା ନେହେରୁ ବୋଲି କୁହାଯାଉଥିଲା ।

ପଣ୍ଡିତ ଜବହାରଲାଲଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସେବେଠୁ ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଦେଶବ୍ୟାପୀ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ, ନାନା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ହେବା ସହ ମିଷ୍ଟାନ ବଣ୍ଟନ କରାଯାଏ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.