ETV Bharat / bharat

ଟ୍ବିଟରରେ ଅଭିଜିତ୍ ବାନାର୍ଜୀଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା, କହିଲେ ଋଣ ଛାଡ କରିବାର ଏହା ଉପଯୁକ୍ତ ସମୟ

author img

By

Published : May 5, 2020, 10:24 AM IST

Updated : May 5, 2020, 10:29 AM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ଭାଇରସ କାରଣରୁ ଦେଶର ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ଆଜି(ମଙ୍ଗଳବାର) ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ କଥା ହୋଇଛନ୍ତି।

Abhijit banerjee
ଅଭିଜିତ୍ ବାନାର୍ଜୀଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ଆଜି(ମଙ୍ଗଳବାର) ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ ଟ୍ବିଟରରେ ଆଲୋଚନା କରିଛନ୍ତି । ଏହି ସମୟରେ, ଉଭୟ କୋରୋନା ସଙ୍କଟରୁ ବାହାରିଥିବା ଅର୍ଥନୈତିକ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି ।

ରାହୁଲ ଗାନ୍ଧୀ ଅଭିଜିତଙ୍କୁ ପଚାରିଥିଲେ ଯେ ଯେତେବେଳେ ଆପଣ ନୋବେଲ ପୁରସ୍କାର ଜିତିଲେ ଏହା ଆଶ୍ଚର୍ଯ୍ୟଜନକ ଥିଲା ? ଅଭିଜିତ୍ କହିଛନ୍ତି ଯେ ସେ ଏ ବିଷୟରେ କେବେ ଭାବିନଥିଲେ। ଏହାଛଡା ଅଭିଜିତ୍ ବାନାର୍ଜୀ କହିଛନ୍ତି ଯେ ୟୁପିଏ ସରକାର ବହୁତ ଭଲ ନୀତି ପ୍ରଣୟନ କରିଛନ୍ତି, କିନ୍ତୁ ବର୍ତ୍ତମାନ ସରକାର ଏଠାରେ କାର୍ଯ୍ୟକାରୀ କରୁନାହାଁନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଲକଡାଉନ ପରେ ଏକ ସମସ୍ୟା ହେବ, ବ୍ୟାଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ହେବ ଏବଂ ଚାକିରୀ ଦେବା କଷ୍ଟକର ହେବ। ଏହା ଉପରେ ଅଭିଜିତ୍ କହିଛନ୍ତି ଯେ ଦେଶରେ ଏକ ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକତା ରହିଛି । ଆମେରିକା ଏବଂ ଜାପାନ ପରି ଦେଶ ଏହା କରିଛନ୍ତି, କିନ୍ତୁ ଆମେ କରିନାହୁଁ। ଛୋଟ ଶିଳ୍ପଗୁଡିକୁ ସାହାଯ୍ୟ କରିବା ଉଚିତ୍ ।

ରାହୁଲଙ୍କ ପ୍ରଶ୍ନ ଉପରେ ଅଭିଜିତ୍ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ଆର୍ଥିକ ସମସ୍ୟା ରହିଛି, କାରଣ କାହାରି ପାଖରେ ଟଙ୍କା ନାହିଁ, କେହି କିଛି କିଣୁ ନାହାଁନ୍ତି। ଏପରି ପରିସ୍ଥିତିରେ, ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ କୌଣସି ବିଳମ୍ବ କରିବା କଥା ନୁହେଁ । ଅଭିଜିତ୍ କହିଛନ୍ତି ଯେ ମହାମାରୀ ବିଷୟରେ ଆମକୁ ଜାଣିବା ଉଚିତ୍, ଲକଡାଉନ କଲେ କିଛି ହେବ ନାହିଁ।

ରାହୁଲ ଗାନ୍ଧୀ ପଚାରିଛନ୍ତି ଯେ ଆଜି ଦେଶରେ ରାସନ କାର୍ଡ ବହୁତ କମ୍, ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଅଭିଜିତ କହିଛନ୍ତି ଯେ ଆମେ ଏହା ଉପରେ ପରାମର୍ଶ ଦେଇସାରିଛୁ ଯେ ସରକାର ବର୍ତ୍ତମାନ ରାସନ କାର୍ଡ ଦେବା ଉଚିତ, ଯାହା ଅତି କମରେ ତିନିମାସ କାମ କରିବା ଏବଂ ସମସ୍ତେ ମାଗଣାରେ ଖାଦ୍ୟ ସାମଗ୍ରୀ ପାଇପାରିବେ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦିଓ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେବେ, ତଥାପି ରାଜ୍ୟ ସରକାରଙ୍କୁ ଗ୍ରାଉଣ୍ଡ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଉ। ତେବେ ବର୍ତ୍ତମାନର ସରକାର ଏକ ଭିନ୍ନ ଆଧାରରେ ଚାଲିଛନ୍ତି । ଅଭିଜିତ କହିଛନ୍ତି ଯେ କେନ୍ଦ୍ର ଗରିବଙ୍କ ପାଇଁ ଏକ ନୂତନ ଯୋଜନା ଆଣିବା ଆବଶ୍ୟକ କରୁଥିବାବେଳେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷ ଗରିବ ଲୋକଙ୍କୁ ସିଧାସଳଖ ସୁବିଧା ଯୋଗାଇବା ଆବଶ୍ୟକ।

କିଛି ମାସ ପରେ ଏହି ରୋଗ ଦୂର ହେଲେ ଅର୍ଥନୀତିରେ କ’ଣ ହେବ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଅଭିଜିତ୍ କହିଛନ୍ତି ଯେ ବର୍ତ୍ତମାନର ସର୍ବୋତ୍ତମ ଉପାୟ ହେଉଛି ଲୋକଙ୍କ ଋଣ କ୍ଷମା କରିବା ଏବଂ ଲୋକଙ୍କୁ ନଗଦ ଦେବା। ଏହାପୂର୍ବରୁ କଂଗ୍ରେସ ନେତା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସହ ଆଲୋଚନା କରିଥିଲେ । ରାଜନ୍ କହିଥିଲେ କି ସରକାର ଗରିବଙ୍କ ପାଇଁ 65 କୋଟି ଟଙ୍କା ସହାୟତା ଦେବା ଆବଶ୍ୟକ ।

Last Updated : May 5, 2020, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.