ETV Bharat / bharat

ମୋଦିଙ୍କ ଚୀନ କୂଟନୀତି: ଗୁଜୁରାଟରେ ଭ୍ରମଣ, ଦିଲ୍ଲୀରେ ଆଲିଙ୍ଗନ - narendra modi

ରାହୁଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ଏକ ପୋଷ୍ଟ କରି ମୋଦିଙ୍କୁ ଭର୍ତ୍ସନା କରିଛନ୍ତି । ସେ ଏଥିରେ ମୋଦିଙ୍କ ଚୀନ କୂଟନୀତିକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Mar 14, 2019, 2:44 PM IST

ନୂଆଦିଲ୍ଲୀ: ଜାତିସଙ୍ଘରେ ପୁଣିଥରେ ଭାରତର ବାଟ ଓଗାଳିଛି ଚୀନ । ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାରେ ଏହା ରୋକ ଲଗାଇଛି । ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି ।

  • Weak Modi is scared of Xi. Not a word comes out of his mouth when China acts against India.

    NoMo’s China Diplomacy:

    1. Swing with Xi in Gujarat

    2. Hug Xi in Delhi

    3. Bow to Xi in China https://t.co/7QBjY4e0z3

    — Rahul Gandhi (@RahulGandhi) March 14, 2019 " class="align-text-top noRightClick twitterSection" data=" ">

ରାହୁଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ଏକ ପୋଷ୍ଟ କରି ମୋଦିଙ୍କୁ ଭର୍ତ୍ସନା କରିଛନ୍ତି । ସେ ଏଥିରେ ମୋଦିଙ୍କ ଚୀନ କୂଟନୀତିକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି । ଶେଷଥର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିଥିବାବେଳେ ମୋଦି ତାଙ୍କୁ ଗୁଜୁରାଟ ବୁଲାଇଥିଲେ । ଯାହାକୁ ନେଇ ରାହୁଲ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ଟ୍ବିଟରେ ସେ ଲେଖିଛନ୍ତି ଯେ ମୋଦିଙ୍କ ଚୀନ କୂଟନୀତି ହେଉଛି ଗୁଜୁରାଟରେ ଜିନପିଙ୍ଗଙ୍କ ସହ ଭ୍ରମଣ, ଦିଲ୍ଲୀରେ ଜିନପିଙ୍ଗଙ୍କୁ ଆଲିଙ୍ଗନ ଏବଂ ଚୀନରେ ନମସ୍କାର । ଏହାସହ ମସୁଦ ପ୍ରସଙ୍ଗ ପାଇଁ ସେ ମୋଦିଙ୍କୁ ଡରୁଆ କହିବା ସହ ଜିନପିଙ୍ଗଙ୍କୁ ମୋଦି ଡରିଯାଇଛନ୍ତି ବୋଲି କହିଛନ୍ତି । ଚୀନ ଭାରତ ବିରୋଧରେ ପଦକ୍ଷେପ ନେଇଥିବାବେଳେ ମୋଦିଙ୍କ ପାଟିରୁ ପଦୁଟିଏ କଥା ମଧ୍ୟ ବାହାରିନଥିଲା ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜାତିସଙ୍ଘରେ ପୁଣିଥରେ ଭାରତର ବାଟ ଓଗାଳିଛି ଚୀନ । ମସୁଦ ପ୍ରସଙ୍ଗରେ ଭିଟୋ କ୍ଷମତା ପ୍ରୟୋଗ କରି ଏହାକୁ ବିଶ୍ବ ଆତଙ୍କବାଦୀ ଘୋଷଣାରୁ ଏହା ବଞ୍ଚିତ କରିଛି । ଫଳରେ 4ର୍ଥ ଥର ପାଇଁ ଚୀନର ଏପରି ପଦକ୍ଷେପ ଯୋଗୁଁ ଭାରତ ମସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.