ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ‘ ରାହୁଲ ଗାନ୍ଧୀ ପ୍ରତିରକ୍ଷା ସ୍ଥାୟୀ କମିଟିର ଗୋଟିଏ ବି ବୈଠକରେ ଯୋଗ ଦିଅନ୍ତି ନାହିଁ। କିନ୍ତୁ ଦୁଃଖର ବିଷୟ, ସେ ଦେଶକୁ ବିଚଳିତ କରିବାରେ ଲାଗିଛନ୍ତି, ଆମର ସଶସ୍ତ୍ର ବାହିନୀର ବୀରତ୍ବ ଉପରେ ପ୍ରଶ୍ନ କରୁଛନ୍ତି । ଜଣେ ଦାୟିତ୍ବବାନ ବିରୋଧୀ ଦଳର ନେତା ଏପରି କରିବା ଉଚିତ୍ ନୁହେଁ ’।
ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସୁରକ୍ଷା ବାହିନୀର ମନୋବଳକୁ ଦୁର୍ବଳ କରୁଛନ୍ତି ରାହୁଲ । ଏହି କାରଣରୁ ରାଜବଂଶ ଦଳ ଭିତରେ ଦକ୍ଷ ନେତାଙ୍କୁ ବଢିବାକୁ ଦେବ ନାହିଁ । ଖାଲି ସେତିକି ନୁହେଁ ନଡ୍ଡା ଅଭିଯୋଗ କରିଛନ୍ତି ଯେ, ରାହୁଲ ନିଜ ଦଳର ଦକ୍ଷ ନେତାଙ୍କୁ ଆଗକୁ ବଢିବାକୁ ଦେବେ ନାହିଁ ।