ETV Bharat / bharat

ବାଜପେୟୀଙ୍କ ପଥରେ ରାହୁଲ ! କାଶ୍ମୀର ପ୍ରସଙ୍ଗରେ ଭାରତର ବୈଦେଶିକ ନୀତିକୁ କଲେ ପୂର୍ଣ୍ଣ ସମର୍ଥନ

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କଡା ଜବାବ ଦେଲେ ରାହୁଲ । ଭାରତର ଆଭ୍ୟନ୍ତରୀଣ ବିଷୟ କହି ମୋଦି ସରକାରଙ୍କ ସପକ୍ଷରେ ଛିଡା ହେଲେ କଂଗ୍ରେସ ଯୁବରାଜ ।

ଡିଡାଇନ ଫଟୋ
author img

By

Published : Aug 28, 2019, 1:06 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ମୋଦି ସରକାର ସପକ୍ଷରେ ରାହୁଲ ଗାନ୍ଧୀ । ପାକିସ୍ତାନଙ୍କୁ ମୁହଁତୋଡ ଜବାବ ଦେଲେ ଭାରତର ପ୍ରମୁଖ ବିରୋଧୀ ଦଳର ପୂର୍ବତନ ସଭାପତି । ରାହୁଲ କହିଲେ, କାଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ କଥା । କେବଳ ପାକିସ୍ତାନ କାହିଁକି, ବିଶ୍ବର ଅନ୍ୟ କୌଣସି ଦେଶ ମଧ୍ୟ ଏହି ପ୍ରସଙ୍ଗରେ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ।

ବୈଦେଶିକ ମାମଲାରେ ଦଳ ମତ ନିର୍ବିଶେଷରେ ଏକଜୁଟ ହେବାର ଆବଶ୍ୟକତା ରହିଛି । ଦିନେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ବିରୋଧୀଙ୍କୁ ଏପରି ଅପିଲ କରିଥିଲେ । ବିରୋଧୀ ଯେ କେବଳ ବିରୋଧ କରିବେ, ତାକୁ ନେଇ କଡା ଭାଷାରେ ସାମାଲୋଚନା କରିଥିଲେ ଅଟଳ । ଆଉ ଆଜି କାଶ୍ମୀର ପ୍ରସଙ୍ଗରେ ରାହୁଲଙ୍କ ଏକ ଟ୍ବିଟକୁ ନେଇ ଚର୍ଚ୍ଚା ସରଗରମ । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ଘଟଣାକୁ କଡା ବିରୋଧ କରିଆସୁଥିବା କଂଗ୍ରେସ ଆଜି ପାକିସ୍ତାନର ଆଚରଣକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଟ୍ବିଟ କରି ରାହୁଲ ସ୍ପଷ୍ଟ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ।

rahul gandhi on kashmir issue,  internal issue of india, opposition on kashmir issue, କାଶ୍ମୀର ପ୍ରସଙ୍ଗରେ ଭାରତର ବୈଦେଶିକ ନୀତି
ଫଟୋ ସୌଜନ୍ୟ: ଟ୍ବିଟର@RahulGandhi

ନିଜ ଟ୍ବିଟରେ ରାହୁଲ କହିଛନ୍ତି, ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୋର ଅସହମତି ରହିଛି । କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବିଷୟ । ପାକିସ୍ତାନ କିମ୍ବା ବିଶ୍ବର ଅନ୍ୟ କୌଣସି ଦେଶକୁ ଏଥିରେ ମୁଣ୍ଡ ପୁରାଇବା ପାଇଁ ଦିଆଯିବନାହିଁ । ସେହିପରି କାଶ୍ମୀରରେ ହେଉଥିବା ଆତଙ୍କି କାର୍ଯ୍ୟକଳାପ ନେଇ ମଧ୍ୟ ପାକିସ୍ତାନକୁ ଦାୟୀ କରିଛନ୍ତି ରାହୁଲ ।

କାଶ୍ମୀରରୁ ଧାରା 370ର ଉଚ୍ଛେଦ ପରେ ବିଳିବିଳାଉଥିବା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ରାହୁଲ । କାହିଁକି ନା କାଶ୍ମୀରରେ ଅସ୍ଥିରତା କଥା କହି ସବୁବେଳେ ମୋଦି ସରକାରଙ୍କୁ ଦାୟୀ କରିଆସୁଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ । କେବଳ ଅନ୍ୟ ଦେଶଗୁଡିକୁ ନୁହେଁ, କାଶ୍ମୀର ପ୍ରସଙ୍ଗରେ ଭାରତର ଅନ୍ୟ ପ୍ରମୁଖ ବିରୋଧୀ ଦଳଗୁଡିକୁ ମଧ୍ୟ ଉସକାଇବା ପାଇଁ ପ୍ରୟାସ କରୁଥିଲେ । ହେଲେ ବିଚାରଗତ ବିଭେଦତା ସତ୍ତ୍ବେ, ବୈଦେଶିକ ବ୍ୟାପାର କ୍ଷେତ୍ରରେ ଯେ ଭାରତ ଏକଜୁଟ, ବୋଧେ ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ରାହୁଲ ଗାନ୍ଧୀ ।

Intro:Body:

ghh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.