ETV Bharat / bharat

ଶ୍ରମ ସଂସ୍କାର ଆଇନ ବିରୋଧରେ ରାହୁଲ, କହିଲେ ଏହା ଗରିବଙ୍କ ଶୋଷଣ

author img

By

Published : Sep 24, 2020, 12:21 PM IST

ଶ୍ରମ ସଂସ୍କାରକୁ ନେଇ ପାସ୍ ହୋଇଥିବା ବିଲକୁ ନେଇ ଅନେକ ଶ୍ରମିକ ସଂଗଠନ ମଧ୍ୟରେ ଅସନ୍ତୋଷ ରହିଛି। ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରି ଏହି ସଂସ୍କାର ଉପରେ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କୋରୋନା ସଙ୍କଟ ବେଳେ ସଂସଦର ମୌସୁମୀ ଅଧିବେଶନ ସମୟ ପୂର୍ବରୁ ଶେଷ କରାଯାଇଛି । କିଛି ଦିନ ଧରି ଚାଲିଥିବା ଅଧିବେଶନରେ ସରକାରଙ୍କ ଦ୍ବାରା ଅନେକ ବିଲ୍ ଆଗତ ହୋଇଛି । ଶ୍ରମ ସଂସ୍କାରକୁ ନେଇ ପାସ୍ ହୋଇଥିବା ବିଲକୁ ନେଇ ଅନେକ ଶ୍ରମିକ ସଂଗଠନ ମଧ୍ୟରେ ଅସନ୍ତୋଷ ରହିଛି। ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରି ଏହି ସଂସ୍କାର ଉପରେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘କୃଷକଙ୍କ ପରେ ଶ୍ରମିକଙ୍କ ଉପରେ ଆକ୍ରମଣ । ଗରିବଙ୍କ ଶୋଷଣ, ‘ମିତ୍ର’ଙ୍କ ପୋଷଣ, ଏହା ହିଁ କେବଳ ମୋଦି ଜୀଙ୍କ ଶାସନ’ । ପ୍ରକାଶଥାଉକି, ବୁଧବାର ରାଜ୍ୟସଭାରେ 3 ଟି ପ୍ରମୁଖ ଶ୍ରମ ସଂସ୍କାର ବିଲ୍ ପାରିତ ହୋଇଛି। ସରକାରଙ୍କ ଅନୁଯାୟୀ, ନୂତନ ଶ୍ରମ ଆଇନ ଦେଶର ଉଭୟ ସଂଗଠିତ ତଥା ଅସଂଗଠିତ ଶ୍ରମିକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇବ।

ଏହି ବିଲ୍ ଅଧୀନରେ ବର୍ତ୍ତମାନ ଯେଉଁ କମ୍ପାନୀଗୁଡିକରେ 300 ରୁ କମ୍ କର୍ମଚାରୀ ଅଛନ୍ତି ସେମାନେ ସରକାରୀ ଅନୁମତି ବିନା କର୍ମଚାରୀଙ୍କୁ ଛଟେଇ କରିବାକୁ ସକ୍ଷମ ହେବେ। ଅନେକ ଶ୍ରମିକ ସଂଗଠନ ଏବଂ ରାଜନୈତିକ ଦଳ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଏହାସହ ବର୍ତ୍ତମାନ କର୍ମଚାରୀମାନେ 60 ଦିନ ପୂର୍ବରୁ ନୋଟିସ୍ ନ ଦେଇ କୌଣସି ପ୍ରକାରର ଧର୍ମଘଟ କରିପାରିବେ ନାହିଁ ।

ପୂର୍ବରୁ କୃଷି ବିଲକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବିରୋଧ ପ୍ରଦର୍ଶନ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଶୁକ୍ରବାର ବିରୋଧୀ ଦଳ ତଥା ଦେଶର ଅନେକ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.