ETV Bharat / bharat

ଗରିବଙ୍କ ସାହାରା ଛଡାଇ ନେଉଛନ୍ତି ସରକାର: ରାହୁଲ ଗାନ୍ଧୀ

author img

By

Published : Jul 2, 2020, 6:40 PM IST

ମୋଦି ସରକାର ରେଳବାଇର ଘରୋଇକରଣ ଦିଗରେ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର 109 ଯୋଡା ଟ୍ରେନ୍ ପାଇଁ ପ୍ରସ୍ତାବ ମଧ୍ୟ ମାଗିଛନ୍ତି । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

 ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରକାର ରେଳବାଇର ଘରୋଇକରଣ ଦିଗରେ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସରକାର 109 ଯୋଡା ଟ୍ରେନ୍ ପାଇଁ ପ୍ରସ୍ତାବ ମଧ୍ୟ ମାଗିଛନ୍ତି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଏହାକୁ ନେଇ ସେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି ।

 ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ଗୁରୁବାର ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ ରେଳ ହେଉଛି ଗରିବଙ୍କ ପାଇଁ ଏକମାତ୍ର ଲାଇଫ୍ ଲାଇନ୍ (ଜୀବନ ରେଖା )। ଆଉ ସରକାର ସେମାନଙ୍କଠାରୁ ଏହାକୁ ଛଡାଇ ନେଉଛନ୍ତି । ଯାହା ନେବା କଥା ନିଅନ୍ତୁ ମାତ୍ର ଜନତା ଠିକ୍ ଜବାବ ଦେବେ ।

ପ୍ରକାଶଥାଉକି, ମୋଦି ସରକାର ଦୀର୍ଘ ଦିନ ଧରି ଏନେଇ ବିଚାର କରୁଥିଲେ। ବର୍ତ୍ତମାନ ରେଳ ମନ୍ତ୍ରଣାଳୟ 109 ଯୋଡା ଘରୋଇ ଟ୍ରେନ୍ ଚଳାଇବା ପାଇଁ ରିକ୍ବେଷ୍ଟ ଫର୍ କ୍ବାଲିଫିକେସନ (RFQ) ମାଗିଛି । ଏହାଦ୍ବାରା ଭାରତୀୟ ରେଳବିଭାଗରେ ପୁଞ୍ଜି ବିନିଯୋଗ ବୃଦ୍ଧି ହେବା ସହ ଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା ହେବ ବୋଲି ସରକାର ଆଶା କରୁଛନ୍ତି।

ଏହି ପ୍ରସ୍ତାବରୁ ପ୍ରାୟ 30 ହଜାର କୋଟି ଟଙ୍କା ବିନିଯୋଗ ଆଶା କରୁଛନ୍ତି ସରକାର। ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କିଛି ସରକାରୀ ଅନୁଷ୍ଠାନକୁ ଘରୋଇକରଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ରାହୁଲ ଗାନ୍ଧୀ ଅନେକ ସମୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ଏୟାର ଇଣ୍ଡିଆକୁ ଘରୋଇକରଣ ନେଇ ମଧ୍ୟ କଂଗ୍ରେସ ନେତା ପ୍ରଶ୍ନ କରିଥିଲେ ।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ଦଳର ଅନ୍ୟ ନେତା ତଥା ଅନ୍ୟ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି । ତେବେ ଏହି 109 ଯୋଡା ଟ୍ରେନ ଭାରତରେ ହିଁ ନିର୍ମାଣ ହେବ । ମେକ୍ ଇନ୍ ଇଣ୍ଡିଆକୁ ଏହା ପ୍ରୋତ୍ସାହିତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.