ETV Bharat / bharat

ଭୁଲ ମାନିଲେ ରାହୁଲ, ପିଟ୍ରୋଡାଙ୍କୁ କ୍ଷମା ମାଗିବାକୁ ଦେଲେ ପରାମର୍ଶ

author img

By

Published : May 13, 2019, 5:28 PM IST

୧୯୮୪ ଶିଖ ଦଙ୍ଗା ଉପରେ ପିଟ୍ରୋଡା ଯାହା ବି କହିଛନ୍ତି ଭୁଲ କହିଛନ୍ତି । ପିଟ୍ରୋଡା ଏପରି କହିବା ଅନୁଚିତ । ଏଥିପାଇଁ ତାଙ୍କୁ ସାରା ଦେଶ ସମ୍ମୁଖରେ କ୍ଷମା ମାଗିବା ଉଚିତ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ।

ଫାଇଲ ଫଟୋ

ଚଣ୍ଡିଗଡ: ମେ 19’ ରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଏହି ଦିନ ପଞ୍ଜାବରେ ମଧ୍ୟ ମତଦାନ ହେବ । କିନ୍ତୁ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ୧୯୮୪ ଶିଖ ଦଙ୍ଗା ଉପରେ ଦେଇଥିବା ବୟାନ କଂଗ୍ରେସକୁ ଏବେ ଚିନ୍ତାରେ ପକାଇଛି । ଯାହାର ସମାଧାନ କରିବାକୁ ଲାଗି ପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ବୟାନକୁ ନେଇ କେବଳ ସଫେଇ ଦେଉଥିବା ରାହୁଲ ଏବେ ଏନେଇ ପିଟ୍ରୋଡାଙ୍କୁ ଦାୟୀ କରିଛନ୍ତି ।

ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ସାମ୍ ପିଟ୍ରୋଡାଙ୍କୁ ନିନ୍ଦା କରିଛନ୍ତି ରାହୁଲ । ଏହା ସହିତ ପିଟ୍ରୋଡା ନିଜ ବୟାନ ପାଇଁ ସାର୍ବଜନିକ ରୂପରେ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି । ପଞ୍ଜାବ ଫତେଗଡ ସାହିବର ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ୧୯୮୪ ଶିଖ ଦଙ୍ଗା ଉପରେ ପିଟ୍ରୋଡା ଯାହା ବି କହିଛନ୍ତି ଭୁଲ କହିଛନ୍ତି । ପିଟ୍ରୋଡା ଏପରି କହିବା ଅନୁଚିତ । ଏଥିପାଇଁ ତାଙ୍କୁ ସାରା ଦେଶ ସମ୍ମୁଖରେ କ୍ଷମା ମାଗିବା ଉଚିତ ।

ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ 1୯୮୪ ଶିଖ ଦଙ୍ଗା ଉପରେ କଂଗ୍ରେସ ନେତା ସାମ ପିଟ୍ରୋଡା ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଦଙ୍ଗାକୁ ନେଇ ସାମ "ହେଲା ତ ହେଲା ସେଇଠୁ କଣ ହେଲା" ବୋଲି ଏକ ଗଣମାଧ୍ୟମରେ କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.