ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ବର୍ଗଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା । କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ନିଆଯାଇଛି । କେବଳ ପାଞ୍ଚ ଜଣଙ୍କୁ ପୀଡିତାଙ୍କ ପରିବାର ପାଖକୁ ଛଡା ଯିବା ପାଇଁ ଅନୁମତି ଦିଆଯାଇଛି ।
ଉତ୍ତରପ୍ରଦେଶ ହାଥରସ ଘଟଣା ଉପରେ ସାରା ଦେଶର ନଜର ଥିବାବେଳେ କଡା ସୁରକ୍ଷା ମଧ୍ୟରେ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ମା’ଙ୍କ ସହ କଥା ହୋଇଛନ୍ତି । ଦୁନିଆର କୌଣସି ଶକ୍ତି ପୀଡିତାଙ୍କ ସ୍ବରକୁ ଚପାଇପାରିବ ନାହିଁ । ଆମେ ସମସ୍ତେ ପୀଡିତାଙ୍କ ପକ୍ଷରେ ରହିବୁ ବୋଲି କହିଛନ୍ତି ।
ସୂଚନାଥାଉକି ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜର କର୍ମୀ ଓ ଭଉଣୀ ପ୍ରିୟଙ୍କାଙ୍କ ସହ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବା ନେଇ ନୋଏଡା ରାଜପଥରେ ରାଲି କରିଥିଲେ । ଏହି ସମୟରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ ରାହୁଲ ଏବଂ କଂଗ୍ରେସ କର୍ମୀ । ଏହାପରେ ପୋଲିସ ହେପାଜତରେ ରାହୁଲ ଗାନ୍ଧୀଙ୍କୁ ନିଆଯାଇଥିଲା ଏବଂ ପରେ ଛଡାଯାଇଥିଲା ।
ହାଥରସ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଜଣିଆ ଏସଆଇଟି କମିଟି ଗଠନ କରି 7 ଦିନରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ଗାଁରେ 144 ଧାରା ହୋଇଥିବା ବେଳେ ପୋଲିସ ସୁରକ୍ଷା କଡାକଡା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ