ETV Bharat / bharat

ଆରପାରିରେ ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ - ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ଆଉ ନାହାଁନ୍ତି ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ । କୋରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ ।

rahat indori pass away
ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ
author img

By

Published : Aug 11, 2020, 5:36 PM IST

Updated : Aug 11, 2020, 6:11 PM IST

ହାଇଦ୍ରାବାଦ: ଆରପାରିରେ ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ । କୋରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କୋରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ । ଇନ୍ଦୋରୀଙ୍କୁ ମୃତ୍ୟୁ ବେଳକୁ 70 ବର୍ଷ ବୟସ ହୋଇଥିଲା ।

rahat indori pass away
ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଧୁମେହର ରୋଗୀ ଥିଲେ ଇନ୍ଦୋରୀ । ନିମୋନିଆ କାରଣରୁ ଫୁସଫୁସ ସଂକ୍ରମଣ ହୋଇଥିଲା । ଇନ୍ଦୋରୀଙ୍କ ପୁଅ ସତଲଜ ରାହତ କହିଛନ୍ତି ଯେ କୋଭିଡ-19 ହେତୁ ଇନ୍ଦୋରୀ ଚାରି ମାସ ହେବ ଘରେ ଥିଲେ । ସେ କେବଳ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଘରୁ ବାହାରକୁ ଯାଉଥିଲେ ।

ସେ କହିଛନ୍ତି ଯେ ଇନ୍ଦୋରୀ ଗତ ପାଞ୍ଚ ଦିନ ଧରି ଅଶାନ୍ତ ଅନୁଭବ କରୁଥିଲେ ଓ ଯେତେବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଫୁସଫୁସର ଏକ୍ସ-ରେ କରାଯାଇଥିଲା, ସେତେବେଳେ ତାଙ୍କୁ ନିମୋନିଆ ଥିବା ଜଣାପଡିଥିଲା । ତେବେ ଇନ୍ଦୋରୀଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥିବା ସୂଚନା ମିଳିଛି ।

ପ୍ରକାଶଥାଉକି, ତାଙ୍କୁ ଅଗଷ୍ଟ 10 ବିଳମ୍ବିତ ରାତିରେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଇନ୍ଦୋରୀଙ୍କ ‘ୱୋ ବୁଲାତି ହେ ମଗର୍ ଯାନେ କା ନେହି’ କବିତା ବେଶ୍ ପ୍ରସିଦ୍ଧ ହୋଇଥିଲା । ଏହାସହ ସେ ବଲିଉଡ ପାଇଁ ମଧ୍ୟ ଅନେକ ଗୀତ ଲେଖିଛନ୍ତି ।

ମଧ୍ୟପ୍ରଦେଶରେ କୋରୋନା ଭାଇରସର ଗତି ବଢିବାରେ ଲାଗିଛି । ଇନ୍ଦୋର କୋଭିଡ ଆରମ୍ଭରେ କୋରୋନା ହଟସ୍ପଟ ଭାବରେ ଉଭା ହୋଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ସଂକ୍ରମଣର ଶିକାର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2020, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.