ପାଟଣା:ଭାରତ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହୋଇଛି ରାଫେଲ ବିମାନ । ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିଛି । ବୁଧବାର ହରିଆଣାର ଆମ୍ବାଲାରେ ଫ୍ରାନ୍ସ ନିର୍ମିତ ରାଫେଲ ବିମାନ ପହଞ୍ଚିଛି ।ବାଲୁକା କଳାରେ ରାଫେଲ ନିର୍ମାଣ କଲେ ବିହାର ଛପର ସହରର ପ୍ରସିଦ୍ଧ ବାଲୁକା ଶିଳ୍ପୀ ଅଶୋକ । ସରଜୁ ନଦୀରେ କୂଳରେ ରାଫେଲ କଳାକୃତି ନିର୍ମାଣ କରିବା ସହ ଦେଶର ଚୌକିଦ୍ବାର ରାଫେଲ ବୋଲି ସେ କହିଛନ୍ତି ।
ବାଲୁକା ଶିଳ୍ପୀ ଅଶୋକ କୁମାରଙ୍କ ବାଲୁକା କଳାକୃତି ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ଏହି ବାଳୁକା କଳା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହା ପୂର୍ବରୁ ଲକଡାଉନ ସମୟରେ ବଲିଉଡ ତାରକା ସୋନୁ ସୁଦଙ୍କ ଏକ କଳାକୃତି ମଧ୍ୟ ପ୍ରଦର୍ଶନ କରିଥିଲେ । ତଥାପି ଅଶୋକଙ୍କ ଏକ ପ୍ରତିଭା ସରକାରଙ୍କ ନିକଟରେ ପହଞ୍ଚି ପାରିନାହିଁ ।
ସେପଟେ, ଅଶୋକ ଆଶା ରଖିଛନ୍ତି ସରକାରୀସ୍ତରରେ ତାଙ୍କର କଳାକୃତିକୁ ସମ୍ମାନ ଦିଆଯାଉଛି । ଫଳରେ ସେ ଏହାର ପ୍ରେରଣା ପାଇ ଆଗକୁ ବଢିବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ