ETV Bharat / bharat

ଜାନୁଆରୀ 26 ପରେଡରେ ଦମ୍ଭ ଦେଖାଇବେ ରାଫେଲ-ଚିନୁକ ଓ ଆପାଚେ

author img

By

Published : Jan 13, 2020, 8:00 PM IST

2020 ସାଧାରଣତନ୍ତ୍ର ଦିବସ ପରେଡରେ ବାୟୁସେନାର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ ରାଫେଲ ଯୁଦ୍ଧ ବିମାନଠାରୁ ଆରମ୍ଭ କରି ଆମେରିକୀୟ ଏୟାରକ୍ରାଫ୍ଟ ଚିନୁକ ଏବଂ ଆପାଚେକୁ ସାମିଲ କରାଯାଇଛି ।

helicopters
ରାଫେଲ-ଚିନୁକ ଓ ଆପାଚେ

ନୂଆଦିଲ୍ଲୀ: 2020 ସାଧାରଣତନ୍ତ୍ର ଦିବସ ପରେଡରେ ଚଳିତ ଥର ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ପରେଡରେ ବାୟୁସେନାର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ ରାଫେଲ ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଆମେରିକୀୟ ଏୟାରକ୍ରାଫ୍ଟ ଚିନୁକ ଏବଂ ଆପାଚେକୁ ସାମିଲ କରାଯାଇଛି । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ପରେଡରେ ସ୍ବଦେଶୀ ଛୋଟ ଯୁଦ୍ଧ ଏୟାରକ୍ରାଫ୍ଟ ଏବଂ ହେଲିକାପ୍ଟର ମଧ୍ୟ ପ୍ରଦର୍ଶିତ କରାଯିବ । ଏହା ସହିତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ ହେଉଥିବା ମିଶାଇଲ ଏବଂ ଅସ୍ତ୍ର ମଧ୍ୟ ସାଧାରଣତନ୍ତ୍ର ଦିବସ ପରେଡର ଅଂଶ ହେବେ ।

ରାଜପଥରେ ହେବାକୁ ଥିବା ପରେଡରେ 2 ଇଞ୍ଜିନ ବିଶିଷ୍ଟ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ ପ୍ରଦର୍ଶିତ କରାଯିବ । ଫ୍ରାନ୍ସ କମ୍ପାନୀ ଦସାଁ ଏଭିଏସନ ଦ୍ବାରା ନିର୍ମିତ ଏହି ଯୁଦ୍ଧ ବିମାନ ସବୁଠାରୁ ଅତ୍ୟାଧୁନିକ ବିମାନରେ ଗଣାହେଉଛି । କାରଣ ଏହାର ମାରକ କ୍ଷମତା ଏବଂ ଆଲର୍ଟ ସିଷ୍ଟମ ଅନେକ ମଜବୁତ ରହିଛି । ଏହି ବିମାନକୁ ଉଡାଇବା ପାଇଁ ବାୟୁସେନାର ପାଇଲଟ ଫ୍ରାନ୍ସ ଯାଇ ପ୍ରଶିକ୍ଷଣ ମଧ୍ୟ ନେଇସାରିଛନ୍ତି ।

ରାଫେଲ ବ୍ୟତୀତ ହାଲୁକା ଯୁଦ୍ଧ ହେଲିକପ୍ଟର ତେଜସ ମଧ୍ୟ ପ୍ରଜ୍ଞାପନ ମେଢର ଅଂଶ ହେବ ଯାହାର ନିର୍ମାଣ ଏଚଏଏଲ ଦ୍ବାରା କରାଯାଇଛି । ତେଜସ ପାଖରେ 21 ହଜାର ଫୁଟ ଉଚ୍ଚତାରୁ ଉଡାଣ ଭରିବାର କ୍ଷମତା ରହିଛି । ତେବେ ଡିଆରଡିଓ ପକ୍ଷରୁ ନିର୍ମିତ ସ୍ବଦେଶୀ ମିସାଇଲ ଅସ୍ତ୍ରକୁ ମଧ୍ୟ ଚଳିତ ଥର ପ୍ରଦର୍ଶିତ କରାଯିବ । ଭୃପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଥିବା ଏହି ମିଶାଇଲ 80ରୁ 110 କିମି ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ ।

ସେପଟେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଆପାଚେ ହେଲିକପ୍ଟର ବାୟୁସେନାରେ ସାମିଲ ହୋଇସାରିଛି । ଏହି ହେଲିକପ୍ଟରକୁ ମଧ୍ୟ ପ୍ରଜ୍ଞାପନ ମେଢର ଅଂଶ କରାଯାଇଛି । ଏହା ବ୍ୟତୀତ ଆମେରିକୀୟ ହେଲିକପ୍ଟର ଚିନୁକ ମଧ୍ୟ ଏହାର ଅଂଶ ହେବ ।

Intro:Body:

blank

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.