ETV Bharat / bharat

ଗେମ୍ ଚେଞ୍ଜର ‘ରାଫେଲ’, ଚୀନର ଜେ-20କୁ ଦେବ କଡା ଟକ୍କର

author img

By

Published : Jul 29, 2020, 1:38 PM IST

ଭାରତରେ ରାଫେଲ ପହଞ୍ଚିବା ନେଇ ପୂର୍ବତନ ସେନା ମୁଖ୍ୟ ବିଏସ ଧନୱା ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ସେ ଚୀନର ଯୁଦ୍ଧାସ୍ତ୍ର ସାମ୍ନାରେ ଭାରତର ଯୁଦ୍ଧାସ୍ତ୍ର ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି ।

ପୂର୍ବତନ ସେନା ମୁଖ୍ୟ ବିଏସ ଧନୱା
ପୂର୍ବତନ ସେନା ମୁଖ୍ୟ ବିଏସ ଧନୱା

ନୂଆଦିଲ୍ଲୀ: ଭାରତରେ ରାଫେଲ ପହଞ୍ଚିବା ନେଇ ପୂର୍ବତନ ସେନା ମୁଖ୍ୟ ବିଏସ ଧନୱା ଖୁସି ବ୍ୟକ୍ତ କରିଛନ୍ତି । ଫେବୃଆରୀ 26, 2019 ବାଲାକୋଟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଧନୱା କହିଛନ୍ତି ଯେ ରାଫେଲ୍ ଏହାର ଲାଇନ୍ ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଟ୍, ଭିଜୁଆଲ୍ ରେଞ୍ଜ୍ କ୍ଷେପଣାସ୍ତ୍ର ଓ ସହିତ ଚୀନର ଯେକୌଣସି ବିପଦକୁ ଦୂର କରିପାରେ।

ଯଦି ଆଇଏଏଫ୍ ଶତ୍ରୁ ବାୟୁ ପ୍ରତିରକ୍ଷାକୁ ଦମନ କରିବାରେ ସଫଳ ହୁଏ ତେବେ ଚୀନ ଯୁଦ୍ଧବିମାନକୁ ଧ୍ବଂସ କରିବାରେ ସଫଳ ହୋଇପାରିବ କାରଣ ଚୀନର ଲାସା ବିମାନବନ୍ଦରରେ ଥିବା ଗୋଙ୍ଗଗର ଏୟାର ବେସ ଓ ହୋଟାନ ଏୟାରବେସକୁ ସହଜରେ ଟାର୍ଗେଟ କରିପାରିବ । ପ୍ରାୟ 70 ଟି ଚୀନ ବିମାନ ହଟାନରେ ବିନା ସୁରକ୍ଷାରେ ରଖାଯାଇଛି । ଏହାସହ 26ଟି ଏୟାରକ୍ରାଫ୍ଟ ଲାସା ଏୟାରବେସରେ ରହିଛି ।

ଏହାସହ ଧନୱା ଚୀନ ଜେ-20ର ପଞ୍ଚମ ପୀଢିକୁ ନେଇ ସାମାନ୍ୟ ଚିନ୍ତାବ୍ୟକ୍ତି କରିଥିଲେ ବି ସେ କହିଛନ୍ତି ଭାରତର ରାଫେଲ ଓ ସୁଖୋଇ-30 ଏମକେଆଇ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ ଏହା ମଧ୍ୟ କହିଛନ୍ତି, ଯଦି ଚାଇନାର ଅସ୍ତ୍ରଶସ୍ତ୍ର ଏତେ ଭଲ ତେବେ ପାକିସ୍ତାନୀ ଫେବୃଆରୀ 27, 2019 ରେ ରଜୌରୀ ସେକ୍ଟରରେ ଥିବା ନାଙ୍ଗି ଟେକ୍ ବ୍ରିଗେଡ୍ ଉପରେ ଆକ୍ରମଣ କରିବା ପାଇଁ କେବଳ F-16 ବିମାନ ବ୍ୟବହାର କଣ ପାଇଁ କରିଥିଲେ । ପାକିସ୍ତାନ କାହିଁକି ଉତ୍ତରରେ ସ୍ବିଡେନର ଏୟାରକ୍ରାଫ୍ଟ ବ୍ୟବହାର କରେ ଓ ଦକ୍ଷିଣରେ ଚାଇନାର କେବଳ AWACS ରଖେ ? ଏଥିରୁ ସମସ୍ତ ଉତ୍ତର ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଚୀନ ସାଗରରେ ଆମେରିକା ବିପଦର ସମ୍ମୁଖୀନ ହେଉଥିବାବେଳେ ଚୀନ ବାୟୁସେନା ଋଷର Su-30 ଓ Su-35 ଯୁଦ୍ଧବିମାନ କାହିଁକି ବ୍ୟବହାର କରେ ? ପ୍ରକୃତ କଥା ହେଉଛି ଚାଇନାର ଯୁଦ୍ଧବିମାନ ଆମେରିକୀୟ ଅସ୍ତ୍ରଶସ୍ତ୍ର ସହ କୌଣସି ମେଳ ଖାଉ ନାହିଁ। ଏପରିକି ସେମାନେ ଋଷର AL 31 F (Su-30) ଓ RD 33 (MiG-29) ଇଞ୍ଜିନ୍ ଦ୍ବାରା ଚୀନ ଏୟାରକ୍ରାଫ୍ଟ ପ୍ରସ୍ତୁତ କରେ ବୋଲି ଧନୱା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.