ETV Bharat / bharat

'କୋର୍ଟ ସହ ଲୁଚକାଳି ଖେଳ ବରଦାସ୍ତ କରାଯିବନି'

author img

By

Published : Apr 29, 2019, 7:09 PM IST

ରାଫେଲକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ସୋମବାର ସମାଲୋଚନା କରିଛନ୍ତି । ଅନ୍ୟପକ୍ଷେ କେନ୍ଦ୍ର ସରକାର ଜବାବ ଦାଖଲ ପାଇଁ ଆହୁରି ସମୟ ମାଗିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାକୁ ନେଇ ଦେଶରେ ଉଠିଥିବା ରାଜନୈତିକ ଝଡ ଥମିବାର ନାଁ ଧରୁନି । କ୍ରମାଗତ ଏହାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେଉଛନ୍ତି । ବର୍ତ୍ତମାନ ଏହି ମାମଲା ସର୍ବୋଚ୍ଚ କୋର୍ଟଙ୍କ ବିଚାରାଧୀନ ରହିଛି । ସୋମବାର ରାଫେଲକୁ ନେଇ ସୁପ୍ରିମକୋର୍ଟ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହି ମାମଲାରେ ଜବାବ ଦାଖଲ ପାଇଁ ଆହୁରି ସମୟ ମାଗିଛନ୍ତି । ଏହାସହ ମଙ୍ଗଳବାର ହେବାକୁ ଥିବା ଶୁଣାଣିକୁ ଆଗକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି । ଏହା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଏହାକୁ ନେଇ ଆଦେଶ ଜାରି କରାଯିବ । ଏହି ସମୟରେ ସୁପ୍ରିମକୋର୍ଟ ମେନଶନିଙ୍ଗରେ ନାଁ ନ କହିବାରୁ ପ୍ରଧାନ ବିଚାରପତି ଅସନ୍ତୋଷ ପ୍ରକାଶ କରିଥିଲେ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ଗୋଗୋଇ କହିଛନ୍ତି ଯେ, କୋର୍ଟଙ୍କ ସହ ଲୁଚକାଳି ବା ହାଇଡ ଏଣ୍ଡ ସିକ (ଲିକାଛୁପି) ଖେଳ କଣ ପାଇଁ ଖେଳୁଛନ୍ତି ? ଏହା ବରଦାସ୍ତ କରାଯିବନାହିଁ । କେନ୍ଦ୍ରର ଓକିଲ କହୁଛନ୍ତି ସେ, ଜବାବ ଦାଖଲ କରିବାକୁ ଚାହାଁନ୍ତି କିନ୍ତୁ ଏଥି ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ । ତେଣୁ ଶୁଣାଣିକୁ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.